Advertisment

ମୋଦି ସରକାରରେ ଦ୍ରୁତ ବଦିଳିଛି ଉତ୍ତର- ପୂର୍ବାଞ୍ଚଳ ଛବି: ବିଶ୍ୱଶର୍ମା

ଆସାମ ସହ ପୂରା ଉତ୍ତର-ପୂର୍ବାଞ୍ଚଳ ଏବେ ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଦୌଡ଼ୁଛି। ଓଟିଭି ଫୋରସାଇଟରେ ଭାଗ ନେଇ ଏହା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

Advertisment

ଦେଶର ବିକାଶ ଯାତ୍ରାରେ ଆଉ ଲାଷ୍ଟ ମାଇଲ ହୋଇ ରହିନାହିଁ ନର୍ଥ ଇଷ୍ଟ ରାଜ୍ୟ। ବିଗତ ୯ ବର୍ଷରେ ଦ୍ରୁତ ବଦଳିଛି ଉତ୍ତର ପୂର୍ବାଞ୍ଚଳର ଛବି। ଓଟିଭିର ଚତୁର୍ଦ୍ଦଶ
ବାର୍ଷିକ ଉତ୍ସବ ଓଟିଭି ଫୋରସାଇଟ-2024ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ‘Reaching the last mile: Developing the rest of India’ ଶୀର୍ଷକ ଆଲୋଚନାରେ ମତ ରଖି ବିଶ୍ୱଶର୍ମା କହିଛନ୍ତି ମୋଦିଙ୍କ ନେତୃତ୍ୱରେ ସବୁ ଅସମ୍ଭବ ସମ୍ଭବ ହେବାରେ ଲାଗିଛି। ଉଦାହରଣ ଛଳରେ ଆସାମରେ ନିଜ ପିଲାଦିନର ସ୍ମୃତି ଉଖାରି କହିଛନ୍ତି ପୂର୍ବ ସରକାର ସମୟରେ ଉତ୍ତର ପୂର୍ବାଞ୍ଚଳକୁ ହୀନ ଦୃଷ୍ଟିରେ ଦେଖାଯାଉଥିଲା। ଆମ ଶୈଶବ ହିଂସା, ବିକ୍ଷୋଭ, ରକ୍ତପାତ ଦେଖି ଆରମ୍ଭ ହୋଇଥିଲା। ଆଶା ନଥିଲା ଆସାମ ବଦଳିବ ବୋଲି। ହେଲେ ୨୦୧୪ରେ ମୋଦି କ୍ଷମତାକୁ ଆସିବା ପରଠୁ ଅବିଶ୍ୱସନୀୟ ଭାବେ ପରିବର୍ତ୍ତନର ଧାରା ଆଗେଇ ଚାଲିଛି। ଇଏ ମୋଦିଙ୍କ ନୂଆ ଭାରତ ବୋଲି କହିଥିଲେ ବିଶ୍ୱଶର୍ମା ।

Advertisment
North East OTV Foresight Himanta Biswa Sarma Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ