Dasara
ମହାସପ୍ତମୀରେ ଆଜି ଧରାପୃଷ୍ଠରେ ଆବିର୍ଭୁତା ହୋଇଛନ୍ତି ମାଆ ଜଗତଜନନୀ ଦୁର୍ଗା ସକାଳୁ ସକାଳୁ ବିଭିନ୍ନ ନଦୀ ଓ ଜଳାଶୟରୁ ଆସିଥିବା ପବିତ୍ର ଜଳରେ ମହାମାୟାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଥିଲା ପ୍ରାଣପ୍ରତିଷ୍ଠା। ପରେ ଅନ୍ୟାନ୍ୟ ବିଧି ବିଧାନରେ ପୂଜାସହ ହୋଇଛି ଚଣ୍ଡିପାଠ। ଏପଟେ କମନୀୟ ରୂପ ଲାବଣ୍ୟରେ ଝଟକୁଥିବା ମାଆଙ୍କ ଦର୍ଶନ ଲାଗି ମଣ୍ଡପଗୁଡ଼ିକୁ ଧିରେ ଧିରେ ଆରମ୍ଭ ହୋଇଥିଲା ଭକ୍ତଙ୍କ ଗହଳି। ସେହିଭଳି ରାଜଧାନୀର ବିଭିନ୍ନ ମଣ୍ଡପରେ ବି ରୀତିନୀତିରେ ଅନୁଷ୍ଠିତ ହୋଇଛି ମାଆଙ୍କ ମହାସପ୍ତମୀ ପୂଜା। ପାଗ ଭଲ ଥିବାରୁ ସକାଳୁ ସକାଳୁ ମଣ୍ଡପ ମୁହାଁ ହୋଇଥିଲେ ଭକ୍ତ।
ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ ସାଙ୍ଗକୁ ସୁସଜ୍ଜିତ ମେଢ, ସୁଉଚ୍ଚ ତୋରଣ ଓ ସୁନ୍ଦର ସାଜସଜାର ବେଶ୍ ମଜା ନେଇଛନ୍ତି ଦର୍ଶକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us