Advertisment

ଧରାପୃଷ୍ଠରୁ ବିଦାୟ ନେଲେ ମହିଷାମର୍ଦ୍ଦିନୀ; କଟକ ଓ ଭୁବନେଶ୍ୱରରେ ଭବ୍ୟ ଭସାଣ ଉତ୍ସବ

ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର ଓ ପଡ଼ିହାରୀ ପାଠାଗାର ବାଟେ ଦୁର୍ଗାମେଢ ସବୁ ଆସି ପୁରୀଘାଟ ଥାନା ପାଖ ଦେବୀଗଡ଼ାକୁ ବିସର୍ଜନ ପାଇଁ ଯାଉଛନ୍ତି ।

Advertisment

ଚାଲିଛି ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣ ଉତ୍ସବ । କଟକରୁ ଭୁବନେଶ୍ୱର ଓ ପୁରୀ ସବୁଠି ମାଆଙ୍କୁ ମେଲାଣି ଦେବାକୁ ଭବ୍ୟ ଆୟୋଜନ । ତେବେ ରାଜନଗରରେ ଚାପ ଡଙ୍ଗାରେ ଦେବୀ ଭସାଣର ଦୃଶ୍ୟ ଥିଲା ସଂପୂର୍ଣ୍ଣ ନିଆରା ।

Advertisment

ଧରାପୃଷ୍ଠରେ, ଭକ୍ତ ଗହଣରେ ପାଞ୍ଚ ଦିନର ଲୀଳାଖେଳା ସାରି ମେଲାଣି ନେଉଛନ୍ତି ମହିଷାମର୍ଦ୍ଦିନୀ । ଗତକାଲି ରାତିରୁ ଚାଲିଥିବା ବିସର୍ଜନ ପର୍ବରେ ସାମିଲ ହୋଇଛନ୍ତି ଭାଇଚାରାର ସହର କଟକର ଆବାଳ ବୃଦ୍ଧବନିତା । ଢୋଲ, ନିଶାନ୍ ଓ ବ୍ୟାଣ୍ଡ ବାଜାର ତାଳେ ତାଳେ ନୃତ୍ୟଗୀତରେ ଜଗତଜନନୀଙ୍କୁ ବିଦାୟ ଦେଉଛନ୍ତି ଭକ୍ତ । ଏଥର ସହରରେ ହୋଇଥିଲା ୧୭୭ଟି ମେଢ ।

Devotees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ