ACF death
ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଘନଉଛି। ତଦନ୍ତ ଯେତିକି ଆଗଉଛି, ଘଟଣାର ସେତିକି ନୂଆ ନୂଆ ଦିଗ ସାମ୍ନାକୁ ଆସିଛି। ସୌମ୍ୟରଞ୍ଜନଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଗତକାଲି ରାତିରେ ଏହାର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧି ସାଗର । ଜେରା ବେଳେ ଡ୍ରାଇଭର କହିଛନ୍ତି, ଘଟଣା ଦିନ ମେଡିକାଲ ବାହାରୁ ବାହାରୁ ସଢ଼େ ୧୧ରୁ ୧୨ଟା ହୋଇ ଯାଇଥିଲା। ଫରେଷ୍ଟ ଗେଟ୍ ପାଖରେ ୧୦ରୁ ୧୫ ମିନିଟ ଆମ୍ବୁଲାନ୍ସ ଅଟକି ଥିଲା। ପେସେଣ୍ଟ ସହ କେହି ନ ଥିବାରୁ ଆମ୍ବୁଲାନ୍ସ ଅଟକିଥିଲା। ଫରେଷ୍ଟ ଗେଟ୍ ପାଖରେ ରହିବାକୁ ଜଣେ ମ୍ୟାଡାମ କହିଥିଲେ। ଅଟକିବାକୁ କହିଥିବା ମ୍ୟାଡମ ପୋଲିସ ଡ୍ରେସରେ ଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)