ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ସୌମ୍ୟଙ୍କ ମା’ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସୌମ୍ୟଙ୍କ ମା’ କହିଛନ୍ତି, ‘ଦିନେ ରାତିରେ ପୁଅ-ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବୋହୂ ଶଙ୍ଖା ଭାଙ୍ଗି, ମୁଣ୍ଡରୁ ସିନ୍ଦୂର ପୋଛି ରାତିରେ କେଉଁ ଆଡ଼େ ପଳାଇଥିଲା। ପୁଅ ଖୋଜାଖୋଜି କରିବା ପରେ ଡିଏଫ୍ଓଙ୍କ ଘରେ ବୋହୂକୁ ଦେଖିଥିଲା। ଏଥିପାଇଁ ପୁଅ ମୃତ୍ୟୁ ପଛରେ DFOଙ୍କ ହାତ ଥିବା ମୁଁ ସନ୍ଦେହ କରୁଛି।’ସୌମ୍ୟଙ୍କ ମା’ ଆହୁରି କହିଛନ୍ତି, ‘ବୋହୂର ଖରାପ ଚରିତ୍ର। ମୋ ପୁଅ ସହ ତା’ର ସମ୍ପର୍କ ନଥିଲା। ବର୍ଷକ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ବାହାଘର ପରେ ଉଭୟଙ୍କ ଏଗ୍ରିମେଣ୍ଟ ହୋଇଥିଲା।
Published: Sarbeswar
Last updated: 19 July 2021, 01:35 PM IST
ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ? କାରଣ ଗୋଟିଏ ଦିନରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୩ ଜଣ ଓଡ଼ିଆ କ୍ୟାଡର୍ ମାଓବାଦୀ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ମାଓବାଦୀ ଅଛନ୍ତି।