Rasagola Dibasa
ଆଜି ରସଗୋଲା ଦିବସ । ଓଡ଼ିଆ ରସଗୋଲାର ପ୍ରଚାର ଓ ପ୍ରସାର ପାଇଁ ସ୍ୱତନ୍ତ୍ର ଦିନ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ରହିଛି ଏହି ରସଗୋଲା । ନିଳାଦ୍ରୀବିଜେ ଅବସରରେ ରାଗ ଜର୍ଜରିତ ଅଭିମାନୀନି ମା' ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ । ଏହି ପରମ୍ପରା ଅନୁଯାୟୀ ଓଡ଼ିଶାର ରସଗୋଲାକୁ ପ୍ରଚାର ପ୍ରସାର ପାଇଁ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)