ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ପଚରାଉଚରା ପରେ ଜଗନ୍ନାଥ ନିଜ ଦୋଷ ସ୍ୱୀକାର କରିଛି। ଡିସିପିଙ୍କ ସୂଚନା ଅନୁଯାୟୀ, ୪ ଦିନ ପୂର୍ବରୁ ସୁଇସାଇଡ୍ ନୋଟ୍ ପ୍ରସ୍ତୁତ କରିଥିଲା ବୋଲି ପୋଲିସକୁ କହିଛି ଜଗନ୍ନାଥ । ଘଟଣା ଦିନ ଚକୋଲେଟ, ଥଣ୍ଡା, ଛୁରି, ବିଷ, ସିନ୍ଦୂର ଧରି ଆସିଥିଲା ଜଗନ୍ନାଥ । ପ୍ରିୟଙ୍କାଙ୍କ ଘରେ ପହଞ୍ଚିବା ବେଳକୁ ଘରେ କୁନି ପୁଅ ଥିଲା । ପ୍ରିୟଙ୍କା ଏବଂ ତାଙ୍କ କୁନି ପୁଅ ସହ ସେଲଫି ଉଠାଇଥିଲା ଜଗନ୍ନାଥ। ଏତିକି ବେଳେ ଉପରେ ରହୁଥିବା ଘର ମାଲିକ ଦହିବରା ଆଣି ଆସିଥିଲେ। ଘର ମାଲିକ ଆସିଯିବାରୁ ବାଥରୁମ୍ ଭିତରେ ଲୁଚି ଯାଇଥିଲା ଜଗନ୍ନାଥ। ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ କୁନି ପୁଅକୁ ନେଇଯାଇଥିଲେ ।ଘର ମାଲିକ ଚାଲିଯିବା ପରେ ବାଥରୁମରୁ ବାହାରିଥିଲା ଜଗନ୍ନାଥ। ଏତିକି ବେଳେ ପ୍ରିୟଙ୍କାଙ୍କୁ ତାଙ୍କ ସାଥିରେ ଚାଲିଯିବାକୁ ବାଧ୍ୟ କରିଥିଲା ଜଗନ୍ନାଥ। ପ୍ରିୟଙ୍କା ରାଜି ନହେବାରୁ ତାଙ୍କ ସହ ଭୀଷଣ ଝଗଡ଼ା କରିଥିଲା। ପ୍ରିୟଙ୍କାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମୁଣ୍ଡରେ ସିନ୍ଦୂର ବୋଳିଥିଲା ବୋଲି ଜଗନ୍ନାଥ ପୋଲିସ ଆଗରେ କହିଛି ।
Published: Sarbeswar
Last updated: 21 July 2021, 04:51 PM IST
ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ର କାଜୁ ଚାଷୀ ଏବେ ଚିନ୍ତାରେ । ଭଲ ରୋଜଗାର ଆଶାରେ କାଜୁ ଚାଷ କରୁଥିବା ଚାଷୀ ଯେତିକି ଶ୍ରମ ଦେଇ ଖର୍ଚ୍ଚ କରୁଛନ୍ତି ଅମଳ ପରେ ଲାଭ ପାଇବା କଷ୍ଟକର ହୋଇଯାଉଛି ।