ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର। ଏବେ ବୃଷ୍ଟିମୟ ବଡ଼ଦାଣ୍ଡ । ଆକାଶରୁ ସତେ କି ଅମୃତ ବୃଷ୍ଟି ହେଉଛି । ବର୍ଷାରେ ଓଦା ହୋଇ ଭକ୍ତ ଟାଣୁଛି ରଥ ।
Published: Sarbeswar
Last updated: 20 July 2021, 05:51 PM IST
ବାହୁଡ଼ୁଛନ୍ତି ଶ୍ରୀଜିଉ। ସବୁଠି ଜଗନ୍ନାଥମୟ ପରିବେଶ । ଜଗାକୁ ଦର୍ଶନ କରିବା ପାଇଁ ଭକ୍ତ ଛଟପଟ । କୁନି ଭକତର କୁନି ପ୍ରୟାସ । ପୁରୀର ଏ କୁନି ଭକ୍ତଙ୍କୁ ବଡ଼ଦାଣ୍ଡ ଯାଇ ତିନି ଦିଅଁଙ୍କ ଦର୍ଶନ କରିବା ମନା। ହେଲେ ଭକ୍ତଙ୍କ ଭାବକୁ କ’ଣ ଅଟକାଇ ହେବ।