Woman Constable Found Hanging in Police Barracks in Balasore
ପୋଲିସ ବାରାକରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଲେଶ୍ବର ପୋଲିସ ବାରାକରେ ଏହି ଘଟଣା ଘଟିଛି । ଆଜି ବାରାକରେ ମହିଳା କନଷ୍ଟେବଳ ଯଶୋଦା ଦାସ୍ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅନ୍ୟ ସହଯୋଗୀମାନେ ଉଦ୍ଧାର କରି ତୁରନ୍ତ ବାଲେଶ୍ବର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Advertisment
ଯଶୋଦାଙ୍କ ଘର ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ପ୍ରେମ ଜନିତ କାରଣରୁ ଯଶୋଦା ଜୀବନ ହାରିଥିବା ଅଭିଯୋଗ ହୋଇଛି । ବ୍ୟକ୍ତିଗତ କାରଣରୁ କନଷ୍ଟେବଳ ଯଶୋଦା ଏହି ପଦକ୍ଷେପ ନେଇଥିବା ପ୍ରାଥମିକ ଯାଞ୍ଚରୁ ଅନୁମାନ କରାଯାଉଛି । ଏବେ ତଦନ୍ତ ଚାଲୁଛି, ତଦନ୍ତ ଶେଷ ହେଲେ ଜଣାପଡ଼ିବ କଣ ହୋଇଛି ବୋଲି କହିଛନ୍ତି ବାଲେଶ୍ବର ଏସପି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)