Vigilance Raid
କୁହାଯାଏ, ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି । ପୋଲିସ ଚାକିରିରେ ଉପୁରିକୁ ଦେଖି ଏମିତି କଟାକ୍ଷ କରାଯାଇଥିବା ବେଳେ କିଛି ପୋଲିସ ଅଧିକାରୀ ବୋଧହୁଏ ଏହାକୁ ଠିକ୍ ପ୍ରମାଣିତ କରିଛନ୍ତି । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୬ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୪୫ ଜଣ ପୋଲିସ ଅଧିକାରୀ । ଆଜି ସଦ୍ୟ ଧରାପଡ଼ିଛନ୍ତି ଭୁବନେଶ୍ୱର ତମାଣ୍ଡୋ ଥାନାର ଏସ୍ଆଇ ଅଭିମନ୍ୟୁ ଚୌଧୁରୀ । ନିଜ ଚାକିରି କାଳରେ ସେ ଯେତେ ଦରମା ପାଇବା କଥା, ତାଠାରୁ ଢେର୍ ଗୁଣ ଅଧିକ ସଂପତ୍ତିର ଅଧିକାରୀ ଏହି ପୁଲିସ ବାବୁ ଜଣକ । ଆଶ୍ଚର୍ଯ୍ୟର କଥା ହେଲା-ତାଙ୍କ ଚାକିରି ସମୟର ୩୩ ବର୍ଷ କେବଳ ରାଜଧାନୀ ଓ ଏହାର ଆଖପାଖରେ ହିଁ କଟିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)