୩୦ କେଜି ସୁନା ପୋଛି ନେଲେ
ନାଥିଲେ ସୁରକ୍ଷାକର୍ମୀ, ନା ବାଜିଲା ସାଇରନ୍ । ସ୍ପଷ୍ଟ ଦିବାଲୋକରେ ବେଧଡ଼କ ପଶିଲେ ଡକାୟତ । ପୋଛିନେଲେ ୨୦ କୋଟିର ୩୦ କେଜି ସୁନା । ଗଲାବେଳେ ନଗଦ ୩ ଲକ୍ଷ ଟଙ୍କା ବି ନେଇଗଲେ ୫ ଜଣିଆ ଡକାୟତି ଗ୍ୟାଙ୍ଗ । ଉପସ୍ଥିତ କର୍ମଚାରୀଙ୍କୁ ମାଡ଼ ମାରିଲେ, ହାତଗୋଡ଼ି ବାନ୍ଧି ଏଭଳି ଲୁଟ୍ କଲେ । ସମ୍ବଲପୁରରେ ମଣପୁରମ୍ ଫାଇନାନ୍ସ ଅଫିସରେ ଏଭଳି ଆତଙ୍କରାଜ ସହ ଲୁଟପାଟକୁ ନେଇ ଚାରିଆଡ଼େ ହଇଚଇ। ପୂର୍ବରୁ ଏହି ଅଞ୍ଚଳରେ ଥିବା ମୁଥୁଟ୍ ଫାଇନାନ୍ସ ସଂସ୍ଥାରୁ ମଧ୍ୟ ସମାନ ଧରଣର ଡକାୟତି ହୋଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)