• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଗ୍ନିବର୍ଷା ଭାଷଣ ପରେ ବିଜେଡିକୁ ଗାଦିରୁ ହଟାଇବାକୁ ବିଜେପିର ଆକ୍ସନ ପ୍ଳାନ୍ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ । ଗତକାଲି ନୂଆ ସଭାପତିଙ୍କ ସମ୍ବର୍ଦ୍ଧନା ସଭାରେ ଖୋଦ୍ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜୁଏଲ୍ ଓରାମ, ଜୟନାରାୟଣ ମିଶ୍ରଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ନେତା ରାଜ୍ୟ ସରକାର ବିରୋଧରେ ଗର୍ଜନ କରିଥିଲେ । ଏଣିକି ପଂଚାୟତରୁ ଲୋକସଭା ଭବନ ଯାଏଁ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ହେବ ଏବଂ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେପି କହିଛି ।

Odisha Politics, BJP