ଖୋଦ୍ ନବୀନଙ୍କ ଗଡ଼ ହିଞ୍ଜିଳିରେ ୨୪ ବର୍ଷ ଭିତରେ ଗଡ଼ିଛି ଶହେ ଶହେଟି ମୁଣ୍ଡ। ଆଜି ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ରଖିବା ପରେ ସୃଷ୍ଟି ହୋଇଛି କଂପନ । ନିଜ ହାତରେ ଗୃହ ବିଭାଗକୁ ରଖି ଅପରାଧମୁକ୍ତ ଶାସନର କଥା କହି ଆସିଥିବା ନବୀନଙ୍କ ହିଞ୍ଜିଳିରେ ଏଭଳି ରକ୍ତଚରିତ୍ରକୁ ନେଇ ଦେଖାଦେଇଛି ଉଦବେଗ । ଆଶ୍ଚର୍ଯ୍ୟଜନକ କଥା ହେଲା, ଏସବୁ ମାମଲାରୁ ମାତ୍ର ୯ଟିରେ ହିଁ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇ ପାରିଛି।
Published By: Satyendu Shekher Mishra
Last updated: 02 September 2024, 10:41 PM IST
ରାଜଧାନୀରେ ଘର ଭଡା ଖୋଜୁଛନ୍ତି କି, ସିଧା ମାଲିକଙ୍କୁ ଯୋଗାଯୋଗ କରନ୍ତୁ। ବ୍ରୋକର କି ଦଲାଲଙ୍କ ହାବୁଡ଼ରେ ପଡ଼ିଲେ ମଲ। କେତେବେଳେ ସେମାନେ ଅନ୍ୟ ଘରକୁ ଅନଲାଇନ୍ ରେ ବିଜ୍ଞାପନ ଦେଇ ତ କେତେବେଳେ ନିଜେ ମାଲିକ ସାଜି ଗୋଟିଏ ଘରକୁ ଏକାଧିକ ଲୋକଙ୍କୁ ଦେଖାଇ ହଜାର ହଜାର ଟଙ୍କାର ଚୂନ ଲଗାଇ ଫେରାର ମାରୁଛନ୍ତି। ଏଭଳି ଠକେଇର ଶିକାର ବ୍ୟକ୍ତି ପୋଲିସର ଦ୍ବାରସ୍ଥ ହେବା ପରେ ଫିଟିଛି ଗୁମର।...