ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳକୃଷ୍ଣ ଦାସ ? ହତ୍ୟାକାଣ୍ଡ ପାଇଁ କିଏ ସୁପାରୀ ଦେଇଥିଲେ କି ? ହତ୍ୟା ପୂର୍ବରୁ କାହା ସହ ଆଲୋଚନା କରିଥିଲା ଗୋପାଳ ? ଏମିତି କେଉଁ ଘଟଣା ବିବ୍ରତ କଲା ଯେ, ହତ୍ୟା ଯାଏଁ କଥା ଗଲା ? କାହା ପ୍ରରୋଚନାରେ ଗୋପାଳ ଘଟାଇଲା ହତ୍ୟାକାଣ୍ଡ ? ଗୁଜରାଟର ଗାନ୍ଧୀନଗର ସ୍ଥିତ ଫରେନ୍ସିକ ସାଇନ୍ସ ନିର୍ଦ୍ଦେଶାଳୟ ବା DFSLରେ ହେବାକୁ ଥିବା ନାର୍କୋଟେଷ୍ଟରେ ଏଭଳି ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ଦେବ ନବ ଦାସ ହତ୍ୟାକାଣ୍ଡର ସନ୍ଦିଗ୍ଧ ହତ୍ୟାକାରୀ ଗୋପାଳକୃଷ୍ଣ ଦାସ।
Published: Sarbeswar
Last updated: 09 February 2023, 10:38 PM IST
ବଡ଼ ବଡ଼ କୋଠା, ବଡ଼ ଡାକ୍ତରଖାନା, ବଡ଼ ଆଶା। ସେଥିରେ ପୁଣି କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବାର ସ୍ବପ୍ନ। ହେଲେ ୧୦ ବର୍ଷ ତଳୁ ୨୨ କୋଟିର ବ୍ୟୟ ବରାଦ, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ କିଣା ଏବଂ ଦୁଇ ଦୁଇ ଥର ଶୁଭାରମ୍ଭ ସତ୍ତ୍ବେ କଟକ ବଡ଼ ମେଡିକାଲରେ ଆରମ୍ଭ ହୋଇପାରୁନି ଯକୃତ ପ୍ରତିରୋପଣ ବ୍ୟବସ୍ଥା। ଦ୍ୱିତୀୟ ଥର ପାଇଁ ୨୦୨୧ ମସିହା ଅକ୍ଟୋବର ୨୫ ତାରିଖରେ ଏସସିବି ମେଡିକାଲର ହେପାଟୋଲୋଜି ବିଭାଗରେ ଲିଭର ଟ୍ରାନସ୍ ପ୍ଲାଣ୍ଟେସନ୍ ଓପିଡିର ଉଦଘାଟନ ଅବସରରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରଥମ ରୋଗୀ ଭାବେ ବିଚିତ୍ରା ନନ୍ଦ ଖଟୁଆଙ୍କ ଲିଭର ଟ୍ରାନ୍ସ ପ୍ଲାଣ୍ଟକୁ ଐତିହାସିକ ବୋଲି କହିଥିଲେ।