Gun
ବନ୍ଧୁକ ମାଜିଲେ ମହିଳା, ପୋଲିସ ପାଇଗଲା କାରଖାନା ଠିକଣା । ଦେଖୁନାହାନ୍ତି ବନ୍ଧୁକୁ କେମିତି ରଗଡ଼ି ରଗଡ଼ି ମଜା ଚାଲିଛି । ସତେ ଯେମିତି କୌଣସି ପୁରଣା ବାସନ କି କୌଣସି ଯୋତା । ପୁରା ଦମ୍ରେ ଲାଗିପଡ଼ିଛନ୍ତି ସଫା କରିବାରେ । ଶୁଣନ୍ତୁ ତାଙ୍କ ନିକଟରେ ଜଣେ ବ୍ୟକ୍ତି ତାଙ୍କୁ କିଛି କହୁଛନ୍ତି । ଆଉ ତା’ ପରେ ବି ମହିଳା ଜଣକ ବନ୍ଧୁକକୁ ମାଜି ସଫାକରିବାରେ ବ୍ୟସ୍ତ ।
Advertisment
ଗୋଟିଏ କି ଦୁଇଟି ନୁହେଁ ମହିଳାଙ୍କ ପାଖରେ ଅଛି ଚାରି ଚାରିଟି ବନ୍ଧୁକ । ଆଉ ସେ ସବୁକୁ ଗୋଟିଏ ପରେ ଗୋଟିଏ ମାଜିବାରେ ଲାଗି ପଡ଼ିଛନ୍ତି । ଏ ଭିଡିଓଟି ହେଉଛି ମଧ୍ୟପ୍ରଦେଶର । ଯାହା କି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଏହାକୁ ଦେଖିବା ପରେ ତଦନ୍ତ କରି ଖାଲି ଏ ମହିଳାଙ୍କୁ ନୁହେଁ ପୁରା ବନ୍ଧୁକ କାରଖାନା ଠାବ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)