ନକଲି ସାର୍ଟିଫିକେଟର ଅସଲି ସତ ସବୁ ଜାଣିଥିଲେ ସରକାର ! ଆଜି ନୁହେଁ ୨୦୧୯ ମସିହାରୁ ବ୍ୟବସ୍ଥା ପାଖେ ଖବର ଥିଲା, ତା ସତ୍ତ୍ୱେ କଟିବା ଅପେକ୍ଷା ରାଜ୍ୟ ବ୍ୟାପୀ ମଜଭୁତ ହୋଇ ଚାଲିଥିଲା ନକଲି ଚେର । ଓଟିଭି ହାତରେ ଲାଗିଛି ଶିକ୍ଷା ବିଭାଗର ତିନିଟି ଏକ୍ସକ୍ଲୁସିଭ୍ ଚିଠି । ଯାହା ପ୍ରମାଣ କରୁଛି ସରକାରଙ୍କ ପାଖରେ ପୂର୍ବରୁ ଥିଲା ସୂଚନା ।
Published: Sarbeswar
Last updated: 12 April 2023, 10:06 PM IST
ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ମୋଟ ସଂପତ୍ତି ହେଉଛି ୬୩ କୋଟି ୮୭ ଲକ୍ଷ । ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର୍ ରିପୋର୍ଟରୁ ମିଳିଛି ଏହି ତଥ୍ୟ । ନବୀନଙ୍କ ପାଖରେ ୨୩ ଲକ୍ଷ ୨୬ ହଜାର ୫୫୫ ଟଙ୍କାର ଅସ୍ଥାବର ଓ ୬୩ କୋଟି ୬୪ଲକ୍ଷ ୧୫ହଜାର ୨୬୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସେହିପରି ନବୀନଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ରିପୋର୍ଟରେ ଉଲ୍ଲେଖ ଅଛି । ପଡୋଶୀ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କର ମୋଟ ସଂପତ୍ତି ୫୧୦ କୋଟି ୩୮ ଲକ୍ଷ ।