Archana Nag
କମିଶନରେଟ୍ ପୋଲିସ ଉପରକୁ ନାଗ ଫଁ । ଇଡିକୁ ରିମାଣ୍ଡରେ ଯିବା ପୂର୍ବରୁ ପୋଲିସ ବିରୋଧରେ ବିଷୋଦ୍ଗାର । ସାଙ୍ଘାତିକ ଅଭିଯୋଗ । ଗିରଫଦାରୀକୁ ନେଇ ପ୍ରଶ୍ନବାଣ । ଥାନାରେ ଅଟକ ରଖି ମାନସିକ ଚାପର ଅଭିଯୋଗ ଆଣି କମିଶନରେଟ୍ ପୋଲିସ ବିରୋଧରେ ବର୍ଷିଛି ଅଭିଯୁକ୍ତ ଅର୍ଚ୍ଚନା । କହିଛି, ୬୦ ଘଣ୍ଟା ଧରି ବାଲିଅନ୍ତା ଥାନାରେ ଆଣି ଅଟକ ରଖିଲା ପୋଲିସ । ୬ ଦିନ ଯାଏଁ କଣ ସବୁ ଘଟୁଥିଲା ମୁଁ ଜାଣିପାରିନଥିଲି । ଏପରିକି ପରିବାର ଲୋକଙ୍କୁ ବି ନଜର ଅନ୍ଦାଜ କରି ରଖାଯାଇଥିଲା । କିନ୍ତୁ ଜେଲ୍ ଭିତରକୁ ଆସିବା ପରେ ଜଣାପଡ଼ିଥିଲା ଗିରଫଦାରୀର କାରଣ । ଏମିତିକି ଅଭିଯୋଗକାରୀ କିଏ ମୁଁ ଜାଣିପାରିନଥିଲି ବୋଲି କହିଛି ଅର୍ଚ୍ଚନା ନାଗ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)