Corona Virus
ଶରେ କାୟା ମେଲାଉଛି କରୋନା। ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି, ଘାତକ ବି ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ୭୪୩ ନୂଆ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ଜୀବନ ଯାଇଛି। ଆଗକୁ ନୂଆବର୍ଷ ଓ ଜିରୋ ନାଇଟ୍ ସେଲିବ୍ରେସନ ଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଏସବୁକୁ ନଜରରେ ରଖି ଆଗୁଆ ସତର୍କ ହୋଇଛି ଓଡ଼ିଶା।
ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିଠି କରି କୋଭିଡ୍ ପାଇଁ ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପଜିଟିଭ ଚିହ୍ନଟ ରୋଗୀଙ୍କ ପାଇଁ ହୋମ୍ ଆଇସୋଲେସନ ପ୍ରୋଟକଲ କଡ଼ାକଡ଼ି କରିବା ସହ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି। ଏମିତିକି ହସ୍ପିଟାଲରେ ସ୍ୱତନ୍ତ୍ର ବେଡ୍ ଓ ଅକ୍ସିଜେନ୍ ବ୍ୟବସ୍ଥା ଥିବା ବେଡ୍ ମହଜୁଦ ରଖିବା ରଖିବା ସହ ଚିହ୍ନଟ ରୋଗୀଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ରେଫର୍ ନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us