ପିଲାଏ ସୁରକ୍ଷିତ ତ ଦେଶ ସୁରକ୍ଷିତ। ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ ବି ଆସିଗଲା କୋଭିଡ୍ ସୁରକ୍ଷା କବଚ। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଏହି ବର୍ଗର ପିଲାଙ୍କୁ ଟିକାକରଣ। ଦିଆଯିବ ବାୟୋଲୋଜିକାଲ-ଇର କୋର୍ବେଭାକ୍ସ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଆଜି ଏ ନେଇ ଟ୍ୱିଟ୍ କରିଛନ୍ତି।