ହଠାତ୍ ଶସ୍ତା ହେଲା ସୁନା। ହୁ ହୁ ବଢ଼ୁଥିବା ଦରରେ ଲାଗିଲା ଲଗାମ। ଖସିଲା ଦାମ୍। ତଲମୁହାଁ ହେଲା ସୁନା ଆଉ ରୂପା ଦର। ବର୍ଦ୍ଧିତ ଦରରୁ ସାମାନ୍ୟ ମିଳିଲା ଆଶ୍ୱସ୍ତି। ଲଗାତାର ଦ୍ୱିତୀୟ ଦିନ ପାଇଁ କମିଲା ଦାମ୍। ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୭୪୦ ଟଙ୍କା ଶସ୍ତା ହୋଇଛି।
Published By: Tapaswini Nayak
Last updated: 06 April 2025, 01:49 PM IST
ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୯୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ଦର ୯୬ ହଜାର ୧୭୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୫୦ ଟଙ୍କା ବଢ଼ି ୮୮ ହଜାର ୧୫୦ ଟଙ୍କା ହୋଇଛି।