ଘରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ ମା’ ସହ ଜୀଅନ୍ତା ଜଳିଗଲେ ୫ ଶିଶୁ । ଦେଖୁଦେଖୁ ନିଆଁର ଆଁରେ ଚାଲିଗଲା ୬ଜଣଙ୍କ ଜୀବନ । ମୃତ ୫ଜଣ ପିଲାମାନଙ୍କ ବୟସ ୧୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି । ଏପରି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବାବେଳେ ପୋଲିସ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛି ।

ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍‌ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା । ଫଳରେ ସଙ୍ଗୀତାଙ୍କ ସହ ତାଙ୍କ ୫ଜଣ ପିଲା ନିଆଁରେ ପଡ଼ିହୋଇ ମୃତ୍ୟୁବରଣ କରିଥିଲେ ।

ଏନେଇ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତକମାନଙ୍କୁ ଉଦ୍ଧାର କରିଥିଲା । ହେଲେ ନିଆଁରେ ପୋଡ଼ି ହୋଇଚାଲିଯାଇଥିଲା ଗୋଟିଏ ପରିବାରର ୬ ସଦସ୍ୟଙ୍କ ଜୀବନ ।