Advertisment

ପୁରୀରେ ବାଣ ଟ୍ରାଜେଡି: ଦାୟୀ କିଏ ?

ମହାପ୍ରଭୁଙ୍କ ଚାପଖେଳ ବେଳେ ବାଣ ବିସ୍ଫୋରଣ । ୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଘର୍ଷ କରୁଛନ୍ତି ଅନେକ । ବାଣଫୁଟା ପାଇଁ କିଏ ଦେଇଥିଲା ଅନୁମତି ?

Advertisment

ପବିତ୍ର ଚନ୍ଦନ ଯାତ୍ରାର ଭଉଁରୀ ଅବସରରେ ଚାଲିଥିଲା ମହାପ୍ରଭୁଙ୍କ ଚାପ ଖେଳ। ପୁଷ୍କରିଣୀ ଚାରିପଟେ ଭକ୍ତିରେ ତଲ୍ଲିନ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼। ହଠାତ୍ ଦେବୀ ଘାଟ ଦସତୁଠ ନିକଟରେ ହେଲା ବଡ଼ ଧରଣର ବିସ୍ଫୋରଣ। ଚାପ ଖେଳ ବେଳେ ଫୁଟା ଯାଉଥିବା ବାଣ ସବୁ ଏକାସଙ୍ଗେ ଫୁଟିଯାଇଥିଲା । ଆଉ ଦେଖୁ ଦେଖି ବାଣ ନିଆଁ ଆସି ଶ୍ରଦ୍ଧାଳୁଙ୍କ ଦେହରେ ପଡିଥିଲା। ନିମିଷକ ମଧ୍ୟରେ ନିଆଁରେ ପୋଡିଯାଇଥିଲେ ପିଲାଠୁ ବଡ଼, ୩୦ରୁ ଅଧିକ ଶ୍ରଦ୍ଧାଳୁ। 

Advertisment
Puri Fire Crackers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ