Advertisment

Video: ଘାଟିରେ ୧୦ ଫୁଟ୍ ତଳକୁ ଖସିଲା ବସ୍, ଚାଲିଗଲା ୩ ଜୀବନ

କାନ୍ଦ ବୋବାଳିରେ ପାଲଟିଯାଇଛି କେଇ ଘଣ୍ଟା ତଳର ମଜା ମଉଜ...ଆଖି ପିଛୁଳାକେ ଖିନଭିନ ହୋଇଯାଇଛି ଖୁସିର ପୁଟୁଳି... ଭାଗ୍ୟକୁ ଯେତେ ଅଣ୍ଡାଳିଲେ ବି, ସାଉଁଟିବାକୁ ଆଉ କିଛି ବି ନାହିଁ...

Advertisment

ପୁଣି ପିକନିକ୍ ଋତୁ, ପୁଣି ଦୁର୍ଘଟଣା। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଡୋକରୀ ଘାଟି ବସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୫ରୁ ଅଧିକ ଆହତ ହୋଇଛନ୍ତି। କଟକରୁ ପ୍ରାୟ ୭୦ ଯାତ୍ରୀ ଗୁପ୍ତେଶ୍ବର ଶୈବପୀଠକୁ ଯାଉଥିବା ବେଳେ, ଆଜି ଭୋରରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡ଼ିଥିଲା ବସ୍। ସେପଟେ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପାଇଁ ଅନୁକମ୍ପାରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment
Koraput Bus Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ