Advertisment

ଏମିତି ଭୟଙ୍କର ପ୍ଲେନ କ୍ରାସ୍, ଖାଉ ଖାଉ ଚାଲିଗଲେ ଡାକ୍ତରୀ ଛାତ୍ର

ବିମାନ ଦୁର୍ଘଟଣା ପରେ ସାମ୍ନାକୁ ଆସିଛି ବିଜେ ମେଡିକାଲ କଲେଜ କ୍ୟାଣ୍ଟିନର ଦୃଶ୍ୟ... ବିମାନ ମାଡ଼ ପରେ କିଭଳ ଛିନଛତର ହୋଇଯାଇଛି କ୍ୟାଣ୍ଟିନ... କେଉଁଠି ଅଇଁଠା ଥାଳି ପଡ଼ିଛି ତ ଆଉ କେଉଁଠି ପାଣି ଗ୍ଲାସ୍... ଏହାର ଦୃଶ୍ୟ ଦେଖିଲେ ଅନୁମାନ କରି ପାରୁଥିବେ ଦୁର୍ଘଟଣା କେତେ ଭୟଙ୍କର ଥିଲା ।

Advertisment

ସବୁଦିନ ପରି ଗୁରୁବାର ମଧ୍ୟାହ୍ନରେ ବି କଲେଜ କ୍ୟାଣ୍ଟିନରେ ଲଞ୍ଚ କରୁଥିଲେ ଡାକ୍ତରୀ ଛାତ୍ର । ଅଚାନକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ କଲେଜ୍ ହଷ୍ଟେଲ ଉପରେ ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଶାଳକାୟ କୋଠାର କାନ୍ଥ ଭାଙ୍ଗି ପଶିଯାଇଥିଲା ବିମାନ । ଚାରିଆଡ଼େ ଭାଙ୍ଗିରୁଜି ଛିନଛତ୍ର । ଖବର ଲେଖା ହେବା ସୁଦ୍ଧା 5 ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ 40ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ସେହିପରି ଭୟରେ କିଛି ଛାତ୍ର ଦୁଇ ମହଲା ଉପରୁ ଡେଇଁ ପଡ଼ିଥିବା ରିପୋର୍ଟ ପ୍ରକାଶ ପାଇଥିଲା । 

Advertisment
Ahmedabad Plane Crash Medical Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ