Advertisment

ପୁଣି ବଡ଼ ଟ୍ରେନ ଦୁର୍ଘଟଣା, କେବେ ଚେତିବ ରେଲୱେ ?

ସବୁ କିଛି ଠିକ୍‌ଠାକ୍‌ ଥିଲା । ଲୋକ ପାଇଲଟ୍‌ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍‌ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍‌ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି ।

ଅଦ୍ୟତନ ହୋଇଛି
Advertisment

ନିର୍ଦ୍ଧାରିତ ସମୟ ଅନୁସାରେ ଗଡ଼ୁଥିଲା କାମାକ୍ଷା ଏକ୍ସପ୍ରେସ୍ । ସବୁ କିଛି ଠିକ୍‌ଠାକ୍‌ ଥିଲା । ଲୋକ ପାଇଲଟ୍‌ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍‌ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍‌ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି । କେହି କିଛି ବୁଝିବା ଆଗରୁ ଏକ୍ସପ୍ରେସର ୧୧ଟି ଏସି ବଗି ଟ୍ରାକ୍‌ ତଳକୁ ଖସି ସାରିଥିଲା । କେଉଁ ବଗି ସାଇଡ୍‌କୁ ସାମାନ୍ୟ ଝୁଲି ପଡ଼ିଥିଲା ତ ପୁଣି କେଉଁ ବଗି ଟ୍ରାକ୍‌ କଡ଼ରେ ସେମିତି ଛିଡ଼ା ହୋଇଥିଲା । ଏଥିରେ କିଏ ସାମାନ୍ୟ ଆହତ ହୋଇଥିଲେ ତ ପୁଣି କିଏ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମାତ୍ର ଭଗବାନଙ୍କ ଭରସାରୁ ଅଳ୍ପକେ ବର୍ତ୍ତି ଯାଇଛି ଶହ ଶହ ଜୀବନ । 

Advertisment
Train Accident Train Derailment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ