Advertisment

'ଆମ ବସ୍‌' ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଆମ ବସ୍ ଧକ୍କାରେ ଜଣେ ବୃଦ୍ଧ ମୃତ। ଭୁବନେଶ୍ବର ଖଣ୍ଡଗିରି ଛକରେ ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଆମ ବସ୍

Advertisment

ରାଜଧାନୀରେ ପୁଣି ଘାତକ ସାଜିଲା ଯାତ୍ରୀ ପରିବହନର ଲାଇଫଲାଇନ ସାଜିଥିବା ‘ଆମ ବସ୍’। ଖଣ୍ଡଗିରି ଛକରେ 'ଆମ ବସ୍' ଧକ୍କାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ୬୦ ବର୍ଷୀୟ ତ୍ରିନାଥ ବାରିକ। ଘର ଗଞ୍ଜାମ ବୁଗୁଡା ଅଂଚଳରେ। ସେ ସ୍ଥାନୀୟ ଏକ ଗାଡି ସୋରୁମରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଆଜି ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଛି। ଆମ ବସ୍ ପଛପଟୁ ଧକ୍କା ଦେଇ ସାଇକେଲ୍ ସହ ତ୍ରିନାଥଙ୍କୁ କୋଳଥିଆ ଛକରୁ ଖଣ୍ଡିଗିରି ଛକ ଯାଏଁ ଘୋଷାଡି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। 

Advertisment
Bus Accident Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ