/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error958_1626693875.jpg)
vlcsnap-error958
ରାୟଗଡ଼ା (ମନୋଜ ପାତ୍ର) : ରାୟଗଡ଼ା ଜିଲ୍ଲା ଘୋଡ଼ାନାଲରେ ନିର୍ମାଣାଧୀନ ଚେକ୍ ଡ୍ୟାମ୍ର କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଲୁହାଛଡ଼କୁ ଟାଣିଲେ ଉପୁଡ଼ି ଯାଉଥିବା ସହ ବାଲିବସ୍ତା ପୁରାଇ କଂକ୍ରିଟ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
କେବଳ ଏତିକି ନୁହେଁ, ଚାଷ ଜମିର ତଳ ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରାଯାଉଥିବାରୁ ଚାଷୀ ନିରାଶ ହୋଇ ପଡିଛନ୍ତି। ତେବେ ଡ୍ୟାମ ତିଆରି ଲାଗି ଭୁଲ ଜାଗା ନିର୍ଦ୍ଧାରଣ କରାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।
ଜଳ ସଂପଦ ବିଭାଗ ପକ୍ଷରୁ ୬୮ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ଚାଲିଛି ଚେକ୍ ଡ଼୍ୟାମ୍। ହେଲେ ଉପରମୁଣ୍ଡର ଚାଷଜମିକୁ ଜଳସେଚିତ ହେବା ସମ୍ଭାବନା ନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅନ୍ୟପକ୍ଷେ ବିଭାଗର ଯନ୍ତ୍ରୀ ନିମ୍ନମାନର କାର୍ଯ୍ୟକୁ ଅସ୍ୱୀକାର କରିବା ସହ କେନାଲ କରାଯାଇ ଚାଷୀକୁ ପାଣି ଯୋଗାଇ ଦିଆଯିବାକୁ ପ୍ରତିଶୃତି ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)