Advertisment

Welcome Lakshmi Home: ଦୀପାବଳି ପୂର୍ବରୁ ଘରୁ ଫୋପାଡ଼ି ଦିଅନ୍ତୁ ଏହି ସବୁ ଜିନିଷ, ନଚେତ ହୋଇପାରେ.....

ପାଖେଇ ଆସିଲାଣି ଦୀପାବଳି। ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜା ସହ ଘରକୁ ଆଲୋକମାଳାରେ ସଜା ଯାଇଥାଏ। ଏହି ଦିନ ମା’ ଲକ୍ଷ୍ମୀଙ୍କ ସହ ଭଗବାନ ଗଣେଶ ଓ କୁବେରଙ୍କ ପୂଜା କରାଯାଇଥାଏ।

ଅଦ୍ୟତନ ହୋଇଛି
diwali puja

diwali puja Photograph: (OTV)

Advertisment

ଦୀପାବଳି ଦିନ ମା’ ଲକ୍ଷ୍ମୀଙ୍କ ପୂଜା ସହ ଘରକୁ ଆଲୋକମାଳାରେ ସଜା ଯାଇଥାଏ। ଏହି ଦିନ ମା’ ଲକ୍ଷ୍ମୀଙ୍କ ସହ ଭଗବାନ ଗଣେଶ ଓ କୁବେରଙ୍କ ପୂଜା କରାଯାଇଥାଏ।

Advertisment

ମା’ଙ୍କ ଶୁଭ ଦୃଷ୍ଟି ପଡ଼ିବ

ଏହି ଦିନ ମା’ ଲକ୍ଷ୍ମୀ ଧରା ପୃଷ୍ଠରେ ଅବତରଣ କରି ଭ୍ରମଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିମନ୍ତେ ଘର ଦ୍ୱାରକୁ ପରିଷ୍କାର କରାଯିବା ସହ ନୂଆ ବଧୂ ପରି ସଜା ଯାଇଥାଏ। କିନ୍ତୁ ଅଜାଣତରେ ଆମେ ଘରେ ଏପରି କିଛି ଜିନିଷ ରଖିଥାଉ ଯେଉଁଥି ପାଇଁ ମା’ କୋପ କରିବା ସହ ଘରୁ ଫେରି ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଆସନ୍ତୁ ଜାଣିବା ଘରେ ଥିବା ଏପରି ଜିନିଷ ସମ୍ପର୍କରେ ଯାହାକୁ ବାହାର କରିବା ଦ୍ୱାରା ମା’ଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ।

ଭାଙ୍ଗି ଯାଇଥିବା ମୂର୍ତ୍ତି

ଆପଣଙ୍କ ଘରେ ଭାଙ୍ଗି ଯାଇଥିବା ମୂର୍ତ୍ତି ଥିଲେ ତାହାକୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ଉକ୍ତ ମୂର୍ତ୍ତି ସବୁକୁ ପାଣିରେ ବିସର୍ଜନ କରନ୍ତୁ। ଘରେ ଏପରି ଭାଙ୍ଗିରୁଜି ଯାଇଥିବା ଦେବୀଦେବତାଙ୍କ ମୂର୍ତ୍ତି ରଖିବାକୁ ଅଶୁଭ ବିବେଚନା କରାଯାଏ। ଘରେ ଏପରି ମୂର୍ତ୍ତି ଦେଖିଲେ ମା’ ଲକ୍ଷ୍ମୀ ଅପ୍ରସନ୍ନ ହେଉଥିବା ବିଶ୍ୱାସ ରହିଛି।

Advertisment

ଭାଙ୍ଗି ଯାଇଥିବା କାଚସେହିପରି ଘରେ ଭାଙ୍ଗି ଯାଇଥିବା କାଚ ରଖନ୍ତୁ ନାହିଁ। ଘର ଉପରେ ଏହା ନକରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ଦୀପାବଳି ପୂର୍ବରୁ ଘରର ସଫା କରୁଥିବା ବେଳେ ରହି ଯାଇଥିବା ଭଙ୍ଗା କାଚକୁ ଫୋପାଡ଼ି ଦିଅନ୍ତୁ ।

ଭଙ୍ଗା କାଠ ସରଞ୍ଜାମ

ଏଥିସହ ଆପଣଙ୍କ ଘରେ କାଠ ସରଞ୍ଜାମ ଭାଙ୍ଗିରୁଜି ଯାଇଥିବା ଅବସ୍ଥାରେ ଥିଲେ ତାହାକୁ ବି ତୁରନ୍ତ ଘରୁ ବାହାର କରି ଦିଅନ୍ତୁ। ଏହା ସବୁବେଳେ ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ଏଥିସହ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ବି ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ।

Advertisment

ଶନି ଓ ରାହୁଙ୍କ କୋପ ଦୃଷ୍ଟି ପଡ଼ିଥାଏ

ସେହିପରି ଦୀପାବଳି ପୂର୍ବରୁ ଘରେ ଥିବା ଖରାପ ଲୁହାର ସାମଗ୍ରୀକୁ ବି ଘରୁ ବାହାରି କରି ଫୋପାଡ଼ି ଦିଅନ୍ତି। କାରଣ ଘରେ ଖରାପ ଲୁହାର ସାମଗ୍ରୀ ଥିବା ବେଳେ ଶନି ଓ ରାହୁଙ୍କ କୋପ ଦୃଷ୍ଟି ପଡ଼ିଥାଏ ବୋଲି କୁହାଯାଏ।

କେବଳ ଏତିକି ନୁହେଁ ଖରାପ ହୋଇଯାଇଥିବା ତଥା ଅଚଳ ହୋଇ ଯାଇଥିବା ଘଣ୍ଟାକୁ କେବେ ବି ଘରେ ରଖନ୍ତୁ ନାହିଁ। ତେଣୁ ବନ୍ଦ ଘଣ୍ଟାକୁ ଦୀପାବଳି ପୂର୍ବରୁ ଠିକ୍‌ କରି ଦିଅନ୍ତୁ ନଚେତ ବାହାରେ ଫୋପାଡ଼ି ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ