Advertisment

୨୦୨୪ରେ ମୋଦିଙ୍କ ବିରୋଧରେ ବାରାଣାସୀରେ ଛିଡ଼ା ହେବେ ମମତା ବାନାର୍ଜୀ !

ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି। ମୋଦି-ଦିଦିଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଗୋଟିଏ ପଟେ ନିଜ ପାରମ୍ପରିକ ଆସନରୁ ଏଥର ନିର୍ବାଚନ ନଲଢି ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ।

author-image
Sarbeswar
୨୦୨୪ରେ ମୋଦିଙ୍କ ବିରୋଧରେ ବାରାଣାସୀରେ ଛିଡ଼ା ହେବେ ମମତା ବାନାର୍ଜୀ !

mamata-modi

କୋଲକତା: ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି। ମୋଦି-ଦିଦିଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଗୋଟିଏ ପଟେ ନିଜ ପାରମ୍ପରିକ ଆସନରୁ ଏଥର ନିର୍ବାଚନ ନଲଢି ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ। ଆଉ ଏଥର ଦିଦିଙ୍କୁ ହରାଇ ବଙ୍ଗରେ ପଦ୍ମ ଫୁଟାଇବାକୁ ଚେଷ୍ଟା କରୁଛି ବିଜେପି। କେବଳ ଏତିକି ନୁହେଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଉଭୟ ଦଳ ଚେଷ୍ଟା ବି କରୁଛନ୍ତି। ଆଉ ଏହାରି ମଧ୍ୟରେ ପୁଣି ଥରେ ବିଜେପି-ଟିଏମସି ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବୟାନକୁ ନେଇ ପୁଣି ଥରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ମୋଦି କହିଛନ୍ତି ଯେ, ଦିଦି ଜାଣିସାରିଛନ୍ତି ନନ୍ଦିଗ୍ରାମରେ ସେ ନିଶ୍ଚିତ ଭାବରେ ହାରିବେ।

Advertisment

ତେଣୁ ଆଉ ଗୋଟିଏ ଆସନରୁ ନିର୍ବାଚନ ଲଢିବା ଲାଗି ଦିଦି ପ୍ରସ୍ତୁତି ହେଉଛନ୍ତି। ସେପଟେ ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ରଖିଛି ଟିଏମସି। ଦଳ କହିଛି ଯେ, ବଙ୍ଗରେ ପୁଣି ଥରେ ସରକାର ଗଠନ କରିବ ଟିଏମସି। ବରଂ ଆଗାମୀ ଦିନରେ ବାରାଣାସୀରେ ମୋଦି ଟକ୍କର ଦେବ ଦଳ। ତେଣୁ ବର୍ତ୍ତମାନ ସମୟ ଅଛି, ମୋଦି ନିଜର ସୁରକ୍ଷିତ ସିଟ୍‌ ଚିହ୍ନଟ କରନ୍ତୁ। କାରଣ ବାରାଣାସୀରେ ପ୍ରଧାନମନ୍ତ୍ରୀ ବିଜୟ ହେବା କଷ୍ଟ ବୋଲି ଟିଏମସି କହିଛି।

ଏହାସହ ଟିଏମସି ସାଂସଦ ଟ୍ୱିଟ୍‌ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜୀ ଆପଣ ଯେଉଁ କଥା କହିଛନ୍ତି ଏକଦମ ସତ। ମମତା ବାନାର୍ଜୀ ପୁଣି ଏକ ନୂଆ ଆସନରେ ଛିଡ଼ା ହେବାକୁ ଯାଉଛନ୍ତି। ଆଉ ତାହା ପଶ୍ଚିମବଙ୍ଗରେ ନୁହେଁ ବରଂ ବାରାଣାସୀ ହେବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ମମତା ବିଧାନସଭା ଛାଡ଼ି ସଂସଦ ଯିବାକୁ ମନବଳାଇଲେଣି କି? କିନ୍ତୁ ସେନେଇ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ। ବର୍ତ୍ତମାନ ସମୟରୁ ଆଗାମୀ ଲୋକସଭା ନିର୍ବାଚନକୁ ଆହୁରି ୩ ବର୍ଷରୁ ଅଧିକ ସମୟ ରହିଛି। ତେଣୁ ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ କେଉଁ ଆସନରୁ ଛିଡ଼ା ହେବେ ତାହାକୁ ନେଇ କୌଣସି ଚର୍ଚ୍ଚା ହୋଇନଥିବା ବେଳେ ଟିଏମସି ସାଂସଦ କାହିଁକି ଏମିତି କହିଲେ ତାହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି।

Advertisment

ସେପଟେ ବଙ୍ଗରେ ନିର୍ବାଚନୀ ହିଂସା ଥମିବାରେ ନା ନେଉନାହିଁ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗତକାଲି ଜାରି ରହିଥିବା ବେଳେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ବିରୋଧରେ ଲଢୁଥିବା ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଥିଲା ।  ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ଼୍ ଉପରକୁ ପଥର ମାଡ଼ କରିବା ସହ ତାଙ୍କର ଗାଡ଼ି ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ । ତେବେ ଆକ୍ରମଣରେ ଶୁଭେନ୍ଦୁ ଆହତ ହୋଇଥିବା ବେଳେ କାରକେଡରେ ଥିବା ତାଙ୍କର  କିଛି ଗାଡିର କାଚ ଭାଙ୍ଗିଯାଇଥିଲା । ଏହାସହ  ନନ୍ଦିଗ୍ରାମର କମଲପୁର ଠାରେ ୧୭୦ ନମ୍ବର ବୁଥ ନିକଟରେ ଥିବା ଗଣମାଧ୍ୟମ କର୍ମଚାରୀଙ୍କ ଗାଡି ଉପରେ ମଧ୍ୟ ଆକ୍ରମଣ ମଧ୍ୟ କରିଥିଲେ ଦୁର୍ବୃତ୍ତ । ଆଉ ଏହାରି ମଧ୍ୟରେ ମମତାଙ୍କ ବାରଣାସୀ ଆସନରୁ ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

West Bengal Election 2021
Advertisment
Advertisment