Advertisment

ଏହି ରାଜ୍ୟରେ ରବିବାର ବନ୍ଦ ରହିବ ଗାଁରୁ ସହର: ମାସ୍କ ନ ପିନ୍ଧିଲେ ୧୦ ହଜାର ଫାଇନ

ଲକ୍ଷ୍ନୌ:  ଦେଶରେ କରୋନା କେସ ବୃଦ୍ଧିକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡାକଡ଼ି କରାଯାଇଛି।  ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶ ରବିବାରକୁ ସପ୍ତାହସ୍ତ ତାଲାବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି। ରବିବାର ୟୁପିର ସବୁ ସହର ଓ ଗ୍ରାମାଞ୍ଚଳ ବନ୍ଦ ରହିବ। ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ସବୁ ଦୋକାନ, ବଜାର, କାର୍ଯ୍ୟାଳୟ ବନ୍ଦ ରହିବ। ଏହିଦିନ ବ୍ୟାପକ ସାନିଟାଇଜେସନ ଅଭିଯାନ ଚାଲିବ। ଏହା ସହିତ ମାସ୍କ ନ ପିନ୍ଧିଥିବା ଲୋକଙ୍କ ଠାରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବ। […]

author-image
Pramod Behera
ଏହି ରାଜ୍ୟରେ ରବିବାର ବନ୍ଦ ରହିବ ଗାଁରୁ ସହର: ମାସ୍କ ନ ପିନ୍ଧିଲେ ୧୦ ହଜାର ଫାଇନ

3

ଲକ୍ଷ୍ନୌ:  ଦେଶରେ କରୋନା କେସ ବୃଦ୍ଧିକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡାକଡ଼ି କରାଯାଇଛି।  ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶ ରବିବାରକୁ ସପ୍ତାହସ୍ତ ତାଲାବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି। ରବିବାର ୟୁପିର ସବୁ ସହର ଓ ଗ୍ରାମାଞ୍ଚଳ ବନ୍ଦ ରହିବ। ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ସବୁ ଦୋକାନ, ବଜାର, କାର୍ଯ୍ୟାଳୟ ବନ୍ଦ ରହିବ। ଏହିଦିନ ବ୍ୟାପକ ସାନିଟାଇଜେସନ ଅଭିଯାନ ଚାଲିବ।

Advertisment

ଏହା ସହିତ ମାସ୍କ ନ ପିନ୍ଧିଥିବା ଲୋକଙ୍କ ଠାରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବ। ମିଳିଥିବା ତଥ୍ୟ ଅନୁଯାୟୀ, ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ପ୍ରଥମ ଥର ଧରାପଡିଲେ ୧୦୦୦ ଟଙ୍କା ଫାଇନ ଦେବେ। ହେଲେ ତା’ ପରେ ବିନା ମାସ୍କରେ ଧରାପଡ଼ିଲେ ୧୦ ହଜାର ପର୍ଯ୍ୟନ୍ତ ଫାଇନ ଗଣିବେ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ସମସ୍ତ ମଣ୍ଡଳାୟୁକ୍ତ, ଜିଲ୍ଲାଧିକାରୀ, ସିଏମ୍ଓ ଓ ଟିମ୍-୧୧ର ସଦସ୍ୟମାନଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି।

Advertisment

publive-image

ସେହିପରି କୋଭିଡ୍-୧୯ ମାମଲା ବଢିବା କାରଣରୁ ବାରାଣସୀ ଜିଲ୍ଲା ପ୍ରଶାସନ ଶବିବାର ଓ ରବିବାର ସପ୍ତାହନ୍ତ ଲକଡାଉନ ଘୋଷଣା କରିଥିଲା। ଏହି ଦୁଇ ଦିନ ସମ୍ପୂର୍ଣ୍ଣ ବନାରସ ବନ୍ଦ ରହିବ। କେବଳ କ୍ଷୀର, ବ୍ରେଡ୍, ଫଳ ଓ ପନିପରିବା ଭଳି ଅତ୍ୟାବଶ୍ୟକୀୟ ଭଳି ଦୋକାନ ସକାଳ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ଅନୁମତି ମିଳିବ। ମଦ କାଉଣ୍ଟର ଓ ବାର ମଧ୍ୟ ଏହି ଦୁଇଦିନ ବନ୍ଦ ରହିବ। ଧାର୍ମିକ ସ୍ଥଳରେ ମଧ୍ୟ ପ୍ରବିବନ୍ଧ ଲାଗୁହେବ।

ୟୁପି ସରକାରର ନୂଆ ନିୟମ ଅନୁସାରେ, ପ୍ରଥମ ଥର ବିନା ମାସ୍କରେ ଧରାହେଲେ ହଜାରେ ଟଙ୍କା ଜରିମାନା ଆଦାୟ ହେବା ବେଳେ ଦ୍ୱିତୀୟ ଥର ଧରାହେଲେ ଏହାର ଦଶଗୁଣା ଜରିମାନା ଆଦାୟ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର, ପ୍ରୟାଗରାଜ, ବାରାଣସୀ ଭଳି ଅଧିକ ସଂକ୍ରମିତ ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଏହାକୁ ସୁଦୃଢ କରିବା ନେଇ ଆବଶ୍ୟକ ଅନୁସାରେ ନୂଆ କୋଭିଡ୍ ଡାକ୍ତରଖାନା ଖୋଲିବା ଆଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ସାଧାରଣ ଡାକ୍ତରଖାନାଗୁଡ଼ିକୁ କୋଭିଡ୍ ଡାକ୍ତରଖାନାରେ ପରିବର୍ତ୍ତନ କରାଯାଉ। ପ୍ରୟାଗରାଜରେ ୟୁନାଇଟେଡ ମେଡିକାଲ କଲେଜକୁ ଉତ୍ସର୍ଗୀକୃତ କୋଭିଡ୍ ଡାକ୍ତରଖାନାରେ ପରିବର୍ତ୍ତନ କରାଯାଉ, ଗୃହ ସଂଘରୋଧ ରୋଗୀଙ୍କ ସୁବିଧାକୁ ପୂରା ଧ୍ୟାନ ଦିଆଯିବା ସହିତ ଆମ୍ବୁଲାନ୍ସ ରେସପନ୍ସ ଟାଇମ କମ ହେବା ନେଇ ସେ କହିଛନ୍ତି।

ସମୀକ୍ଷା ବୈଠକ ଅଵସରରେ ଯୋଗୀ କହିଛନ୍ତି ଯେ ଉତ୍ସର୍ଗୀକୃତ କୋଭିଡ୍ ଡାକ୍ତରଖାନା ସଂଖ୍ୟା ବୃଦ୍ଧି କରାଯିବା ସହ ଏଲ୍-୨ ଓ ଏଲ୍-୩ ସ୍ତରର ଡାକ୍ତରଖାନା ସଂଖ୍ୟାରେ ଲଗାତର ବୃଦ୍ଧି କରାଯିବ। କେଉଁଠି ବି ବେଡ୍ ସଂଖ୍ୟା କମ ହେବନି। ଡାକ୍ତରଖାନାରେ ପ୍ରଶିକ୍ଷିତ ମାନବ ସଂସାଧନ ବ୍ୟବସ୍ଥା ସୁନିଶ୍ଚିତ ହେବ। ଏୟାରପୋର୍ଟ, ରେଲୱେ ଷ୍ଟେସନରେ ରେପିଡ୍ ଏଣ୍ଟିଜେନ ଟେଷ୍ଟ ପ୍ରତି ଧ୍ୟାନ ଦିଆଯିବ।

Advertisment
Advertisment