Advertisment

କାଲିଠୁ ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌ କଟକଣା; ଜାଣନ୍ତୁ, କ’ଣ ଖୋଲା ରହିବ ?

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଜିଲ୍ଲାରେ ୧୪ ଦିନ ପାଇଁ ଲକ୍‌ଡାଉନ୍‌ କଟକଣା ଆଂଶିକ କୋହଳ କରାଯାଇଛି। ଆସନ୍ତାକାଲି ସକାଳ ୫ଟା ପରଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ। ଏନେଇ ମୁଖ୍ୟ ଶାସନ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କାଲିଠୁ ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌ କଟକଣା; ଜାଣନ୍ତୁ, କ’ଣ ଖୋଲା ରହିବ ?

odisha

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଜିଲ୍ଲାରେ ୧୪ ଦିନ ପାଇଁ ଲକ୍‌ଡାଉନ୍‌ କଟକଣା ଆଂଶିକ କୋହଳ କରାଯାଇଛି। ଆସନ୍ତାକାଲି ସକାଳ ୫ଟା ପରଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ। ଏନେଇ ମୁଖ୍ୟ ଶାସନ ସଚିବ ଆଜି ଘୋଷଣା କରିଛନ୍ତି। ସଂକ୍ରମଣ କମିଥିବା ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ କୋହଳ ହୋଇଥିବା ବେଳେ ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା  ଯାଏ କଟକଣା କୋହଳ ହୋଇଥିବା ସୂଚନା। ଏହିସବୁ ଜିଲ୍ଲାରେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।ଜାଣନ୍ତୁ, ଏହି ଆଂଶିକ ଲକ୍‌ଡାଉନ୍‌ କଟକଣା ମଧ୍ୟରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ….

Advertisment

ଏହିସବୁ ଦୋକାନ ଖୋଲା ରହିବା ସହ ଏହିସବୁ ସେବାକୁ ଅନୁମତି ପ୍ରଦାନ…..

  • ରାଜ୍ୟର ସମସ୍ତ ମିଠା ଦୋକାନ ଖୋଲା ରହିବ
  • ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ। ତେବେ ଲୋକମାନେ ଖାଦ୍ୟ ଜିନିଷ ଦୋକାନ ସାମ୍ନାରେ ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେଇ ପାରିବେ
  • ଟିକାକରଣ, ଟେଷ୍ଟିଂ ଏବଂ ସ୍ୱାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ
  • ସକାଳ ୬ରୁ  ସକାଳ ୯ଟା ଯାଏ ସାରା ରାଜ୍ୟରେ ମର୍ଣ୍ଣିଂ ୱାକ୍ ପାଇଁ ଅନୁମତି। ଏହି ସମୟରେ ଲୋକମାନେ ମର୍ଣ୍ଣିଂ ୱାକ୍, ଜଗିଂ, ସାଇକେଲିଂ କରିପାରିବେ
  • ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ
  • ଝାଡ଼ଖଣ୍ଡ, ଛତିଶଗଡ଼ ସୀମାରେ ଥିବା ସବୁ ଚେକ୍‌ପୋଷ୍ଟ୍‌ କାଲିଠୁ ଖୋଲିବ
  • ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟ୍ରିକ୍‌ ଦୋକାନ ଆଦି ଖୋଲା ରହିବ
  • କୃଷି ଉପକରଣ ଦୋକାନ ଖୋଲିବ

ଏହିସବୁ ଜିନିଷ ବନ୍ଦ ରହିବ…

  • ମଲ୍, ସିନେମା ହଲ୍‌, ଜିମ୍, ସେଲୁନ, ସ୍ପା ଆଦି ପୂର୍ବପରି ବନ୍ଦ ରହିବ
  • ପାର୍କ ବନ୍ଦ ରହିବ
  • ନାଇଟ୍‌ କର୍ଫ୍ୟୁ ଓ ସାପ୍ତାହିକ ସଟ୍‌ଡାଉନ୍‌ କଟକଣା ପୂର୍ବଭଳି ବଳବତ୍ତର ରହିବ
  • ବିବାହ, ବ୍ରତଘର ପାଇଁ ଥିବା କଟକଣା ପୂର୍ବଭଳି ବଳବତ୍ତର ରହିବ
  • ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ, କେବଳ ନୀତିକାନ୍ତି ଚାଲିବ
  • ଯାତ୍ରା ଏବଂ ଆଉଟ୍ ଡୋର୍ ସୁଟିଂ ବନ୍ଦ ରହିବ
  • ସରକାରୀ ଓ ଘରୋଇ ଅଫିସ୍ ୫୦% ଷ୍ଟାଫ୍‌ରେ କାର୍ଯ୍ୟ କରିପାରିବ
  • ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସୀମାରେ ଥିବା ବର୍ଡର ଚେକ୍ ପୋଷ୍ଟ ଚାଲୁ ରହିବ
  • ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ
Advertisment
Advertisment
Advertisment