Advertisment

ଚଳିତ ବର୍ଷ ବି ରେକର୍ଡ ଭାଙ୍ଗିବେ ନିର୍ମଳା

ନୂଆଦିଲ୍ଲୀ: ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି ପେପର୍‌ଲେସ୍‌ ବଜେଟ୍‌। ଚଳିତ ବର୍ଷ ପେପର୍‌ଲେସ୍‌ ବଜେଟ୍‌ ଉପସ୍ଥାପନ କରି ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ରିଫ୍‌କେସ୍‌ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଥିଲେ। ୨୦୧୯ ଯାଏ ଦେଶର ଅର୍ଥମନ୍ତ୍ରୀମାନେ ବ୍ରିଫ୍‌କେସ୍‌ରେ ବଜେଟ୍ ବହି ଧରି ସଂସଦକୁ ଆସୁଥିଲେ। ଦୀର୍ଘ ୫୦ ବର୍ଷ ପରେ ଗତବର୍ଷ […]

author-image
Rajalaxmi Sahoo
ଚଳିତ ବର୍ଷ ବି ରେକର୍ଡ ଭାଙ୍ଗିବେ ନିର୍ମଳା

nirmala-sitharaman.

ନୂଆଦିଲ୍ଲୀ: ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି ପେପର୍‌ଲେସ୍‌ ବଜେଟ୍‌। ଚଳିତ ବର୍ଷ ପେପର୍‌ଲେସ୍‌ ବଜେଟ୍‌ ଉପସ୍ଥାପନ କରି ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ରିଫ୍‌କେସ୍‌ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଥିଲେ।

Advertisment

୨୦୧୯ ଯାଏ ଦେଶର ଅର୍ଥମନ୍ତ୍ରୀମାନେ ବ୍ରିଫ୍‌କେସ୍‌ରେ ବଜେଟ୍ ବହି ଧରି ସଂସଦକୁ ଆସୁଥିଲେ। ଦୀର୍ଘ ୫୦ ବର୍ଷ ପରେ ଗତବର୍ଷ ଜୁଲାଇ ୫ରେ ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାନ କରିଥିଲେ। ସେ ବ୍ରିଫ୍‌କେସ୍‌ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରିଥିଲେ। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିଲେ।

ବଜେଟ୍ ବେଳେ ସାଧାରଣତଃ ଦେଖିବାକୁ ମିଳେ ଯେ, ଅର୍ଥମନ୍ତ୍ରୀ ଏକ ବ୍ରିଫ୍‌କେସ୍ ଧରି ସଂସଦକୁ ଆସନ୍ତି। ଆଉ ଏଥିରେ ବଜେଟ୍‌ ଡକ୍ୟୁମେଣ୍ଟ୍ ବା ଦସ୍ତାବିଜ୍‌ ଥାଏ। ଗତବର୍ଷ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପିତ କରିଥିବା ବେଳେ ଏଥର ବଜେଟ ସମ୍ପୂର୍ଣ୍ଣ ପେପର୍‌ଲେସ୍‌ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋଦି ସରକାର ଏଭଳି ବ୍ୟବସ୍ଥା କରିଛନ୍ତି।

Advertisment
Union Budget 2021
Advertisment
Advertisment