Advertisment

ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ: ଚିହ୍ନଟ ହେଲେ ଦୁଇ ଅଭିଯୁକ୍ତ

ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଉଦ୍ଧାର ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା।  ଏହି ଘଟଣାର ସିସିଟିଭି ଫୁଟେଜରୁ  ୨ ଜଣ ସ୍କୁଟି‌ରେ ମୃତଦେହକୁ ନେଉଥିବାର ଦୃଶ୍ୟ ରହିଛି। ତେବେ କିଏ ଏହି ଦୁଇ ସନ୍ଦିଗ୍ଧ ଯୁବକ ସେ ନେଇ ପୋଲିସ ତନାଘନା ଚଳାଇଥିଲା। ଶେଷରେ ଆଜି ଦୁଇ ଯୁବକଙ୍କୁ ଚିହ୍ନଟ […]

ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ: ଚିହ୍ନଟ ହେଲେ ଦୁଇ ଅଭିଯୁକ୍ତ

rd-student

Advertisment

ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଉଦ୍ଧାର ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା।  ଏହି ଘଟଣାର ସିସିଟିଭି ଫୁଟେଜରୁ  ୨ ଜଣ ସ୍କୁଟି‌ରେ ମୃତଦେହକୁ ନେଉଥିବାର ଦୃଶ୍ୟ ରହିଛି

Advertisment

ତେବେ କିଏ ଏହି ଦୁଇ ସନ୍ଦିଗ୍ଧ ଯୁବକ ସେ ନେଇ ପୋଲିସ ତନାଘନା ଚଳାଇଥିଲା। ଶେଷରେ ଆଜି ଦୁଇ ଯୁବକଙ୍କୁ ଚିହ୍ନଟ କରିଛି ପୋଲିସ। ଯାଜପୁର ଏସ୍‌ପି ଏ ନେଇ ସୂଚନା ଦେଇଛନ୍ତି।  ସେ କହିଛନ୍ତି,  ରମାଦେବୀ କଲେଜରେ ଯୁକ୍ତି ୩ ପଢୁଥିବା ଛାତ୍ରୀଙ୍କ ମୃତ ଦେହ ମୂଳପାଳ ନିକଟରୁ ମିଳିଥିଲା। ସେ ନିଖୋଜ ଥିବା ତାଙ୍କ ବାପା କହିଥିଲେ। ତେବେ ପୋଲିସ ଅଭିଯୁକ୍ତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇ ନାହିଁ।

ସୂଚନାଥାଉ କି,  ମୃତ ଛାତ୍ରୀ ଝରାଫୁଲଙ୍କ ଘର  ମୟୁରଭଞ୍ଜରେ। ପାଠପଢ଼ା ରାଜଧାନୀରେ। ହେଲେ ମୃତ୍ୟୁ ଯାଜପୁରରେ। ଗତକାଲି ଯାଜପୁର କୁଆଖିଆ ଥାନା ମୂଳାପାଳ ଛକ ନିକଟ ରାସ୍ତାକଡ଼ରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା। ମୃତଦେହ ପାଖରେ ଜୋତା ଆଉ ବ୍ୟାଗ୍ ପଡ଼ିଥିଲା। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ଦୁଇ ଜଣ କେହି ଝରାଫୁଲଙ୍କ ମୃତଦେହକୁ ଏଠି ଆଣି ଫିଙ୍ଗି ଦେଇ ଚାଲିଯାଇଥିବା ସ୍ଥାନୀୟ ଲୋକେ କହିଥିଲେ।

Advertisment

ଝରାଫୁଲଙ୍କ ବାପାଙ୍କ କହିବା ଅନୁସାରେ, ଗତ ରବିବାର ଘରୁ ବାହାରି ଭୁବନେଶ୍ୱର ସ୍ଥିତ ଭଉଣୀ ଘରକୁ ଯାଇଥିଲେ। ଗତକାଲି ବସ୍‌ରେ ଫେରୁଥିଲେ ଗାଁକୁ। ତେବେ ଘରେ ପହଞ୍ଚିନଥିବାରୁ ପରିବାର ଲୋକେ ବାରମ୍ବାର ଫୋନ୍ କରିଥିଲେ ଝରାଫୁଲଙ୍କୁ। କିନ୍ତୁ କଲ୍ ରିସିଭ୍ କରିନଥିଲେ ଝରାଫୁଲ।

ଝରାଫୁଲ ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଶେଷଥର ପାଇଁ ହୋଇଥିବା ଚାଟିଂ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଝରାଫୁଲ ତାଙ୍କ ଭାଇଙ୍କୁ ରିପ୍ଲାଏ ଦେଇ ଲେଖିଛନ୍ତି  ‘ମୁ ଠିକ୍ ଅଛି, ନେଟୱାର୍କ ପ୍ରୋବ୍‌ଲେମ୍ ରହୁଛି। ସାଙ୍ଗ ସୋନାଲିଙ୍କ ଘରେ ଅଛି। ବ୍ୟସ୍ତ ହୁଅନା’ ବୋଲି ଝରାଫୁଲଙ୍କ ମୋବାଇଲ୍‌ରୁ ଚାଟ୍ ହୋଇଛି ତାଙ୍କ ଭାଇଙ୍କ ସହ।

Advertisment

ଗତକାଲି ସକାଳେ ମଧ୍ୟ ତାଙ୍କ ଭାଇ ଫୋନ୍‌ରେ ଚାଟ୍ କରିଥିଲେ।  କିନ୍ତୁ କୌଣସି ଉତ୍ତର ମିଳିନଥିଲା। ତାହାରି ଭିତରେ ଆଜି ସକାଳେ ଝରାଫୁଲର ମୃତଦେହ ମିଳିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲା ପୋଲିସ। ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ ସହ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

RD University Girl Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ