sub-inspector
ପ୍ରେମରେ ପ୍ରତାରଣା ମଣିଷକୁ ଜୀବନକୁ ନର୍କ କରିଦିଏ। ପ୍ରତାରିତ ମଣିଷ ପାଇଁ ଯେମିତି ଜୀବନ ଗୋଟିଏ ବିନ୍ଦୁରେ ଅଟକି ଯାଏ। ଆଗକୁ ଯିବାପାଇଁ ନା ଥାଏ ଆଗ୍ରହ ନା ବର୍ତ୍ତମାନକୁ ନେଇ ବଞ୍ଚିବା ଲାଗିଥାଏ ସ୍ପୃହା ! ହେଲେ ଆନି ଶିବା ଥିଲେ ଜଣେ ଭିନ୍ନ ଚିନ୍ତାଧାରାର ମହିଳା ଯିଏ କି ପ୍ରତାରଣାରୁ ହିଁ ପାଇଥିଲେ ପ୍ରେରଣା। ଆଗକୁ ଉଠିବାର ନିଶାରେ ସେ ଭୁଲି ଯାଇଥିଲେ ପ୍ରତାରଣାର ଦୁଃଖ, ଅସହାୟତାର ଯନ୍ତ୍ରଣା। ଶେଷରେ ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। ତାଙ୍କର ଏଇ ସଫଳତା ପାଇଁ ସାରା ଦେଶରେ ଏବେ ଚର୍ଚ୍ଚାରେ ରହିଛନ୍ତି କେରଳର ଭରକଲା ପୋଲିସ ଷ୍ଟେସନର ନବ ନିଯୁକ୍ତ ସବ ଇନ୍ସପେକ୍ଟର ଆନି ଶିବା।
ଆନି ଶିବାଙ୍କ କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ । ମାତ୍ର ୧୮ ବର୍ଷ ବୟସରେ ସ୍ୱାମୀ ଛାଡି ଚାଲିଗଲେ। ଜୀବନ ତାଙ୍କ ପାଇଁ ଦୁର୍ବିସହ ହୋଇ ପଡିଥିଲା । ତଥାପି ସେ ଭାଙ୍ଗି ଯାଇ ନ ଥିଲେ। ଉପରକୁ ଉଠିବାର ଜିଦ୍, ନିଜ ଗୋଡରେ ଠିଆ ହେବାର ଅଦମ୍ୟ ଇଚ୍ଛା ପାଇଁ ଆଜି ହୋଇ ପାରିଛନ୍ତି ସବ୍ ଇନ୍ସପେକ୍ଟର।
ଆନି ଶିବା ଏବେ କେରଳର ଭରକଲା ପୋଲିସ ଷ୍ଟେସନର ନବ ନିଯୁକ୍ତ ସବ ଇନ୍ସପେକ୍ଟର। ଟ୍ରେନିଂ ପରେ ତାଙ୍କର ପ୍ରଥମ ନିଯୁକ୍ତି ଏଠାରେ ହୋଇଛି। ଜଣେ ମହିଳା ସବଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇବା କିଛି ନୂଆ କଥା ନୁହେଁ । କିନ୍ତୁ ଆନି ଶିବାଙ୍କ କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ। ସେ ହେଉଛନ୍ତି ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ ମନୋବଳର ପ୍ରତୀକ।
କାଞ୍ଜିରାମକୁଲମର କେଏନଏମ କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ଥିବା ବେଳେ ଜଣଙ୍କୁ ଭଲ ପାଇ ବସିଲେ ଆନି। ହେଲେ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ପରେ ପରିବାରର ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବିବାହ କରିଥିଲେ। କିନ୍ତୁ ଶିଶୁ ଜନ୍ମ ପରେ ତାଙ୍କ ସ୍ୱାମୀ ତାଙ୍କୁ ବାହାର କରି ଦେଇଥିଲେ । ମାତ୍ର ୧୮ ବର୍ଷ ବୟସରେ ସ୍ୱାମୀ ଛାଡି ଚାଲି ଯିବାବେଳେ ତାଙ୍କ କୋଳରେ ଥିଲା ୬ ମାସର ଅବୋଧ ଶିଶୁ । ସ୍ୱାମୀଙ୍କର ଏପରି ପ୍ରତାରଣା ତାଙ୍କୁ ଖୁବ୍ ବାଧିଥିଲା, ଆଉ ଏକ ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲା।
ସ୍ୱାମୀ ଛାଡି ଦେବା ପରେ ସେ ନିଜ ଘରକୁ ଚାଲି ଆସିଥିଲେ। ସେଠାରେ କିନ୍ତୁ ତାଙ୍କୁ ଆଶ୍ରୟ ମିଳି ନଥିଲା। ଚାରିଆଡୁ ନିରାଶ ହୋଇଗଲେ ଆନି। କିନ୍ତୁ ଭାଙ୍ଗି ପଡ଼ି ନ ଥିଲେ। ପେଟ ପୋଷିବା ପାଇଁ ଆନି ଘରଘର ବୁଲି ଜିନିଷ ବିକିଥିଲେ। ବସଷ୍ଟାଣ୍ଡରେ ଆଇସକ୍ରିମ, ଲେମ୍ବୁପାଣି ଓ କୋଲ୍ଡଡ୍ରିଙ୍କସ ବିକିଥିଲେ । ଏତେ ଘାତ ପ୍ରତିଘାତରେ କିନ୍ତୁ ହାରି ନଥିଲେ କି ନିଜ ଲକ୍ଷ୍ୟରୁ ଓହରି ନଥିଲେ ।
ଏତେ କଷ୍ଟ ମଧ୍ୟରେ ସେ କୌଣସି ମତେ ନିଜର ସ୍ନାତକ ଶିକ୍ଷା ଶେଷ କରି ଦେଇଥିଲେ। ସେତିକିରେ ତାଙ୍କ ସଂଘର୍ଷ ଶେଷ ହୋଇ ନ ଥିଲା। ଏକୁଟିଆ, ଅସହାୟ ବୋଲି ଜାଣିବାପରେ ଲୋକଙ୍କ ଲୋଲୁପ ନଜରର ବି ପଡ଼ିଥିଲା ତାଙ୍କ ଉପରେ। ଏଥିରୁ ବର୍ତ୍ତିବା ପାଇଁ ସେ ନିଜର କେଶ କାଟି ଦେଇଥିଲେ । ଏହି ସମୟରେ କେରଳ ପୋଲିସ ପକ୍ଷରୁ ସବ ଇନସପେର ପାଇଁ ବିଜ୍ଞପ୍ତି ବାହାରିଥିଲା। ପକାଇଥିଲେ ଆନି। ଭଗବାନଙ୍କ ଆଶୀର୍ବାଦ ଏବଂ ତାଙ୍କର ଚେଷ୍ଟା, ପରିଶ୍ରମ ଯୋଗୁ ଏହି ପରୀକ୍ଷାରେ ସଫଳତା ପାଇଥିଲେ ଆନି। ତାପରଠାରୁ ଆଉ ସେ ପଛକୁ ଚାହିଁନାହାନ୍ତି । ଏବ ମହିଳା ସବ ଇନସପେର ଆନି ଶିବା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sub-inspector-1_1624948089.jpg)