Advertisment

ଯୁକ୍ତ ଦୁଇ ନାମଲେଖା ପାଇଁ ସିଟ୍ ସମସ୍ୟା ହେବନି-ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ପାସ ହାର ରେକର୍ଡ କରିଥିବାବେଳେ ମେଧାବୀ ଛାତ୍ରଛାତ୍ରୀ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପାସ କରିଥିବା ଛାତ୍ରଛାତ୍ରୀ କିପରି ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଇବେ…

ଯୁକ୍ତ ଦୁଇ ନାମଲେଖା ପାଇଁ ସିଟ୍ ସମସ୍ୟା ହେବନି-ଶିକ୍ଷାମନ୍ତ୍ରୀ

plus two student

Advertisment

ଭୁବନେଶ୍ୱର: ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ପାସ ହାର ରେକର୍ଡ କରିଥିବାବେଳେ ମେଧାବୀ ଛାତ୍ରଛାତ୍ରୀ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପାସ କରିଥିବା ଛାତ୍ରଛାତ୍ରୀ କିପରି ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଇବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ। କାରଣ ପାସ କରିଥିବା ୬ ଲକ୍ଷ ପିଲାଙ୍କ ପାଇଁ କଲେଜରେ ସିଟ୍‌ ନାହିଁ।

Advertisment

ଯୁକ୍ତି ଦୁଇ ପଢିବା ପାଇଁ କଲେଜରେ ସିଟ୍‌ ନ ଥିବାରୁ ପ୍ରାୟ ଲକ୍ଷେ ପିଲା କେଉଁଠି ନାଁ ଲେଖାଇବେ ତାହା ଏବେ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷେ,  ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ସିଟ୍ ସମସ୍ୟା ହେବନି ବୋଲି ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ସେ କହିଛନ୍ତି,  ବଡ଼ ବଡ଼ କଲେଜରେ ପଢିବାକୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ରହିଛି । ଆବଶ୍ୟକ ସ୍ଥଳେ ସିଟ୍ ବୃଦ୍ଧି କରାଯିବ । ନାମଲେଖା ପାଇଁ ୬ଲକ୍ଷ ୩ ହଜାର ୧୧୩ ସିଟ୍ ରହିଛି । ତାସହ କଲେଜକୁ ଆଧାର କରି ସିଟ୍ ବୃଦ୍ଧି ହେବ । ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଭାଗ ଯୋଜନା କରୁଛି।

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଧା ଫଳ ପ୍ରକାଶ ପାଇଁ ବ୍ୟବସ୍ଥା ହେଉଛି । ପୂର୍ବରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଁ ଘୋଷଣା କରିଥିଲୁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଚଳିତ ବର୍ଷ ମାଟ୍ରିକ୍‌ରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରେଗୁଲାର, ଏକ୍ସରେଗୁଲାର, ମୁକ୍ତ ବିଦ୍ୟାଳୟ, ମଧ୍ୟମା ଓ ମଦ୍ରାସା ବୋର୍ଡରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମୋଟ୍ ସଂଖ୍ୟା ହେଲା ୬ ଲକ୍ଷ ୧୭ ହଜାର ୮୭୬ । ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଆଡମିଶନ ନେଇଥାନ୍ତି । ମୋଟାମୋଟି ଭାବେ ୬ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ଆଡମିଶନ ଲାଗି ଚଳିତ ବର୍ଷ ଯୋଗ୍ୟ ହେବେ ।

Advertisment

ସେପଟେ ଉପଲବ୍ଧ ଥିବା ମୋଟ୍ ସିଟ୍ ସଂଖ୍ୟା ହେଲା ୬ ଲକ୍ଷ ୩ହଜାର ୧୧୩, ଅର୍ଥାତ ୨୪ ହଜାର ୭୬୩ ପିଲା ସିଟ୍ ତୁଳନାରେ ବଳକା ରହୁଛନ୍ତି । ରାଜ୍ୟରେ ଥିବା ୨୦୩୨ଟି ଯୁକ୍ତ ଦୁଇ କଲେଜରେ ମୋଟ୍ ୪ ଲକ୍ଷ ୪୩ ହଜାର ୩୫୪ ସିଟ୍‌ ରହିଛି । ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ଏବଂ ଆଇଟିଆଇ କଲେଜର ସିଟ୍ ମିଶାଇଲେ ସଂଖ୍ୟା ପହଞ୍ଚୁଛି ଏକ ଲକ୍ଷ ୫୯ ହଜାର ୭୫୯ରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ