Capture 6
ବଲାଙ୍ଗିର: ଟୋକନରେ ସମସ୍ୟାକୁ ନେଇ ଆଜି ବି ବିଜେପିର ବିକ୍ଷୋଭ । ରାଜ୍ୟର ବିଭିନ୍ନ ସ୍ଥାନର ଯୋଗାଣ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ । ଟୋକନ ଅବଧି ବଢ଼ାଇବା ସହ ଟୋକନ ଥିବା ଚାଷୀଙ୍କ ଧାନ ତୁରନ୍ତ ଉଠାଇବାକୁ ଦାବି ହୋଇଛି । ଶହ ଶହ ବସ୍ତା ଧାନ ମଣ୍ଡିରେ ରଖି ଚାଷୀ ନାନା ଅସୁବିଧାର ସମ୍ମୁଖୀନ ହେଉଛି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଆଜି ବଲାଙ୍ଗିର ସିଏସ୍ଓଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯାଇଥିଲା । ସିଏସ୍ଓଙ୍କୁ ୫ ଦଫା ଦାବି ପତ୍ର ଦେବାକୁ ବିଜେପି ନେତା ଓ କର୍ମୀ ଅପେକ୍ଷା କରିଥିବା ବେଳେ ସିଏସ୍ଓ ଆସିନଥିଲେ । ଏହାପରେ ବିଜେପି ନେତା ସିଏସ୍ଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।
ସିଏସ୍ଓ ଆସିବା ପରେ ତାଙ୍କୁ ଘେରାଉ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ କହିଛନ୍ତି ରାଜ୍ୟ ସରକାର ଚାହିଁଲେ ଟୋକନ୍ ଅବଧି ବଢାଇପାରିବେ । ତେବେ ବଲାଙ୍ଗିର ସିଏସ୍ଓ କହିଛନ୍ତି ଧାନ ଅମଳ ପୂର୍ବରୁ ଚାଷୀଙ୍କ ପାଇଁ ଟୋକନ୍ ଜେନେରେଟ ହୋଇଥିଲା । ଟୋକନ୍ ଅବଧି ବଢାଇବା ଓ ଅବଧି ସରିଥିବା ଟୋକନ୍କୁ ପୁଣି ଥରେ ଜେନେରେଟ୍ କରିବା ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-6_1625465157.jpg)