Advertisment

ଚାଷୀଙ୍କ ମୋଦି ପ୍ରୀତି ; ମନ୍ଦିର ନିର୍ମାଣ କରି ପୂଜା କଲେ

ତିରୁଚିରାପ୍ପାଲି: ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଅଜବ ଫ୍ୟାନ୍‌ ଅଛନ୍ତି। ସେ ମୋଦିଙ୍କ କାମ କରିବା ତରିକାରେ ଏତେ ପ୍ରଭାବିତ  ହୋଇଯାଇଛନ୍ତି ଯେ, ତାଙ୍କ ଚାଷ ଜମିରେ ମୋଦିଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିରରେ ମୋଦିଙ୍କର ଏକ ମୂର୍ତ୍ତି ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ବା ଆମ୍ମାଙ୍କର ମଧ୍ୟ ଫଟୋ ସ୍ଥାନ ପାଇଛି। ଏଥି ସହ ବର୍ତ୍ତମାନର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ ପଲାନୀସାମୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଫଟୋ ସ୍ଥାନ […]

author-image
Pradesh Pratyush
ଚାଷୀଙ୍କ ମୋଦି ପ୍ରୀତି ;  ମନ୍ଦିର ନିର୍ମାଣ କରି ପୂଜା କଲେ

modi

ତିରୁଚିରାପ୍ପାଲି: ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଅଜବ ଫ୍ୟାନ୍‌ ଅଛନ୍ତି। ସେ ମୋଦିଙ୍କ କାମ କରିବା ତରିକାରେ ଏତେ ପ୍ରଭାବିତ  ହୋଇଯାଇଛନ୍ତି ଯେ, ତାଙ୍କ ଚାଷ ଜମିରେ ମୋଦିଙ୍କ ମନ୍ଦିର ନିର୍ମାଣ କରିଛନ୍ତି।

Advertisment

ଏହି ମନ୍ଦିରରେ ମୋଦିଙ୍କର ଏକ ମୂର୍ତ୍ତି ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ବା ଆମ୍ମାଙ୍କର ମଧ୍ୟ ଫଟୋ ସ୍ଥାନ ପାଇଛି। ଏଥି ସହ ବର୍ତ୍ତମାନର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ ପଲାନୀସାମୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଫଟୋ ସ୍ଥାନ ପାଇଛି। ତାମିଲନାଡ଼ୁର ତିରୁଚିରାପ୍ପାଲି ନିକଟରେ ଥିବା ଏକ ଗାଁରେ ଏହି ମନ୍ଦିର ଅଛି ।

୫୦ ବର୍ଷ ବୟସ୍କ ଚାଷୀ ପି ଶଙ୍କର ଗତ ସପ୍ତାହରେ ଏହି ମନ୍ଦିରର ଶୁଭାରମ୍ଭ କରିଛନ୍ତି। ତିରୁଚିରାପ୍ପାଲିଠାରୁ ୬୩ କିମି ଦୂର ଏକ ଗାଁରେ ନିର୍ମିତ ଏହି ମନ୍ଦିରରେ ସେ ପ୍ରତିଦିନ ଆରତୀ କରିଥା’ନ୍ତି। ପ୍ରଧାନମନ୍ତ୍ରୀ କିଶାନ୍‌ ସମ୍ମାନ ନିଧି ପରି ଜନମଙ୍ଗଳକାରୀ ଯୋଜନା ପାଇଁ ଏହି ଚାଷୀ ଜଣକ ଲାଭ ପାଇଥିବା କହିଛନ୍ତି।

Advertisment
Advertisment
Advertisment