/odishatv-khabar/media/post_attachments/uploadimage/library/16_9/16_9_0/4-6_1626761509.jpg)
4
ମାଲକାନଗିରି: ନିଜ ସୁରକ୍ଷା ପାଇଁ ସ୍ୱାଭିମାନ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ଗାଁ ଲୋକେ ଏକାଠି ହୋଇ ଧନୁ ତୀର ଧରି ଲାଲ୍ ଦୁର୍ଗକୁ ଜଗିଥିବା ସୂଚନା ମିଳିଛି।
Advertisment
ରାତି ପାହିବାଠାରୁ ସଞ୍ଜ ହେବା ପର୍ଯ୍ୟନ୍ତ ହାତରେ ଧନୁତୀର, ବର୍ଚ୍ଛା, କଟୁରୀ, ଟାଙ୍ଗିଆ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ପଣ କରିଛନ୍ତି। ବିଶେଷ କରି ପଣସପୁଟ ଓ ଜୋନାମ୍ବର ଏହି ଦୁଇଟି ପଞ୍ଚାୟତରେ ଆସୁଥିବା ଗାଁ ଗୁଡ଼ିକୁ ଗ୍ରାମବାସୀମାନେ ଜଗୁଛନ୍ତି।
ଅଞ୍ଚଳବାସୀଙ୍କ ଧନ ଜୀବନ ପ୍ରତି ଆସୁଥିବା ବିପଦର ମୁକାବିଲା କରିବା ଏବଂ ମାଓବାଦୀଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ନିଜ ଇଚ୍ଛାରେ ସ୍ୱାଭିମାନ ଅଞ୍ଚଳବାସୀ ସିପାହୀ ସାଜିଛନ୍ତି। ସେମାନେ ଏତେ ଭୟଭୀତ ଅଛନ୍ତି ଯେ, ଗାଁରେ ମହିଳାମାନେ ପାନୀୟ ଜଳ ପାଇଁ ଗାଁ ମୁଣ୍ଡରେ ଥିବା ନାଳକୁ ଗଲେ ପୁରୁଷମାନେ ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)