Advertisment

ପାନ ବିନା ଫିକା ରଜ ମଉଜ

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ॥ ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥ ପାନ ଖିଆ ରସିକ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପାନ ବିନା ଫିକା ରଜ ମଉଜ

raja pana

ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ॥
ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥

Advertisment

ପାନ ଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲେ ରଜରେ॥

raja festival
File Pic

ଓଡ଼ିଶାର ପାରମ୍ପରିକ ତଥା ଗଣପର୍ବ ହେଉଛି ରଜ। ତିନିଦିନ ଧରି ରଜ ପାଳନ କରାଯାଇଥାଏ। ରଜରେ ଘରେ ଘରେ ପିଠା ପଣା, ଦୋଳି ଖେଳ ସହ ରଜ ପାନର ମଜା ଉଠାଇଥାନ୍ତି ଲୋକମାନେ। ରଜ ଆସିଲେ ମନେ ପଡ଼େ ‘ପୋଡ଼ ପିଠା’,  ‘ରଜ ପାନ’ ଓ ‘ଦୋଳି’ । ଅନ୍ୟ ଦିନ ପାନଠୁ ରଜ ପାନରେ ରହିଛି ସ୍ୱତନ୍ତ୍ରତା। କହିବାକୁ ଗଲେ ରଜର ଅସଲ ମଜା ଥାଏ ରଜ ପାନରେ। କାରଣ ରଜ ପାନରେ ରହିଛି ଖାସ୍‌ ସ୍ୱତନ୍ତ୍ରତା। ସତରେ ଖଣ୍ଡେ ଖିଲି ପାନ ନ ଖାଇଲେ ରଜ ସତେ ଯେମିତି ଫିକା ଲାଗେ। ରଜ ଆସିଲେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥିବା ପାନ ମିଳେ। ରଜ ପାନର ଚାହିଦା ମଧ୍ୟ ରହିଛି। ସେଥିପାଇଁ ତ କୁହାଯାଏ, ପାନ ଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶିରରେ, ରାଜା ହୋଇଗଲେ ରଜରେ…

Advertisment

raja pana

ରଜ ପାନ ଖାଇବା ପାଇଁ ପାନ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ହେଲେ ଏଥର କରୋନା କଟକଣା ଯୋଗୁ ଏହା ଫିକା ପଡ଼ିପାରେ। ଅନ୍ୟ ଦିନରେ ପାନରେ ଯେତିକି ମସଲା ଦିଆଯାଇଥାଏ, ରଜରେ ଭିନ୍ନ ଭିନ୍ନ ମସଲା ଦିଆଯାଇ ସ୍ପେଶାଲ୍‌ ରଜ ପାନ ପ୍ରସ୍ତୁତ କରାଯାଇଥାଏ। ଯାହାର ଚାହିଦା ବେଶ୍‌ ଅଧିକ। ରଙ୍ଗ ବେରଙ୍ଗର ମସଲା ସହିତ କସ୍ତୁରୀ, କେଶର ଭଳି ବିଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥାଏ ପାନ। ଗୋଟିଏ ମିଠା ପାନର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୨ଶହରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ରହିଥାଏ। ଦିଲ୍ଲୀ, କୋଲକାତାରୁ ରଙ୍ଗ ବେରଙ୍ଗର ପାନ ମସଲା ଆଣି ଦୋକାନୀ ମାନେ ସ୍ପେଶାଲ୍‌ ରଜ ପାନ ତିଆରି କରିଥାନ୍ତି।

raja pana

raja pana

ରଜରେ ଫାୟାର ବ୍ରାଣ୍ଡ୍‌ ପାନ ମଧ୍ୟ ମିଳିଥାଏ। ଏହାକୁ ଖାଇବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥାଏ। ହୁତ୍ ହୁତ୍ ହୋଇ ନିଆଁ ଜଳୁଥିବା ପାନକୁ ଲୋକେ ଖାଇଥାନ୍ତି। ଯାହାକୁ ଫାୟାର ବ୍ରାଣ୍ଡ୍‌ ପାନ କୁହାଯାଏ। ଖାଲି ଫାୟାର ପାନ ନୁହେଁ, ବଟରସ୍କଚ୍ ପାନ, ସିଲ୍‌ଭର ପାନ, ଦିଲ୍‌ଖୁସ୍‌, ଦିଲ୍‌ ଦିୱାନା, ମୁକ୍ତା ଭଳି ବିଭିନ୍ନ ପ୍ରକାରର ପାନର ମଜା ଉଠାଇଥାନ୍ତି ଲୋକମାନେ। ଏପରିକି ବରଫ ଗୁଣ୍ଡରେ ଚକ୍ଲେଟ୍‌ କ୍ରିମ୍ ପଡ଼ିଥିବା ପାନ ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

raja pana

raja pana

Raja-2021
Advertisment
Advertisment