Advertisment

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଲେ ସୋନୁ ନିଗମ

ମୁମ୍ବାଇ: ଅଭିନେତା Sushant Singh Rajput ‌ଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ, ପାରିବାରିକବାଦ ଚାଲିଥିବା ନେଇ ସ୍ୱର ଉଠିଛି। ଏସବୁ ଭିତରେ ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି। ଖୁବ୍‌ ଶୀଘ୍ର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିପାରେ ବୋଲି ଗୁରୁବାର ଦିନ Sonu Nigam Instagram ରେ ଏକ ଭିଡିଓ ଶେଆର୍‌ କରି ସେ ଏହା […]

author-image
Rajalaxmi Sahoo
ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଲେ ସୋନୁ ନିଗମ

sonu nigam

ମୁମ୍ବାଇ: ଅଭିନେତା Sushant Singh Rajput ‌ଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ, ପାରିବାରିକବାଦ ଚାଲିଥିବା ନେଇ ସ୍ୱର ଉଠିଛି। ଏସବୁ ଭିତରେ ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି।

Advertisment

ଖୁବ୍‌ ଶୀଘ୍ର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିପାରେ ବୋଲି ଗୁରୁବାର ଦିନ Sonu Nigam Instagram ରେ ଏକ ଭିଡିଓ ଶେଆର୍‌ କରି ସେ ଏହା କହିଛନ୍ତି। ଏଭଳି କଥା କହିବା ପଛରେ ଅନେକ କାରଣ ଅଛି ବୋଲି ସୋନୁ କହିଛନ୍ତି।

publive-image

‘ବର୍ତ୍ତମାନ ତ କେବଳ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଯେଉଁଭଳି ଭାବରେ ମାଫିଆ ସକ୍ରିୟ ଅଛନ୍ତି, ଏମିତି ହୋଇପାରେ ଆଗକୁ ଏହି ଇଣ୍ଡଷ୍ଟ୍ରିରେ ଆତ୍ମହତ୍ୟା ଖବର ଆସିପାରେ’ ବୋଲି ସୋନୁ ଏହି ଭିଡିଓରେ କହୁଥିବା ଦେଖିବାକୁ ମିଳିଛି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ଜଣେ-ଦୁଇ ଜଣ ଲୋକ ପୂରା ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନିଜ୍‌ କବ୍‌ଜାରେ ରଖିଛନ୍ତି। ସେମାନେ ହିଁ ନିଷ୍ପତ୍ତି ନେଇଥାନ୍ତି କେଉଁ ସିଙ୍ଗର ଗୀତ ଗାଇବେ ଓ କେଉଁମାନେ ନୁହେଁ।

publive-image

ସୋନୁ କହିଛନ୍ତି, ‘ଆଜି ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିଛନ୍ତି। କାଲି ଆପଣମାନେ ଶୁଣିବାକୁ ପାଇପାରନ୍ତି ଯେ, କୌଣସି ସିଙ୍ଗର କିମ୍ବା ମ୍ୟୁଜିକ୍‌ କମ୍ପୋଜର୍‌ ଆତ୍ମହତ୍ୟା କରିଛନ୍ତି। କାରଣ ଏବେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଯେଉଁ ପରିବେଶ ସୃଷ୍ଟି ହୋଇଛି, ଏଠି ଫିଲ୍ମଠୁ ବଡ଼ ବଡ଼ ମାଫିଆ ଅଛନ୍ତି। ମୁଁ ବହୁତ୍‌ ଭାଗ୍ୟବାନ୍‌। କାରଣ କମ୍‌ ବୟସରେ ମୁଁ ଏହି ଇଣ୍ଡଷ୍ଟ୍ରିକୁ ଆସି ଯାଇଥିଲି ଓ ଏସବୁରୁ ରକ୍ଷା ପାଇ ଯାଇଥିଲି। କିନ୍ତୁ ଏବେ ଯେଉଁ ନୂଆ ଲୋକ ଏହି ଇଣ୍ଡଷ୍ଟ୍ରିକୁ ଆସୁଛନ୍ତି, ସେମାନଙ୍କ ପାଇଁ ବହୁତ ମୁସ୍କିଲ୍‌।

ସେ ଆହୁରି କହିଛନ୍ତି, ‘ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଦୁଇ ଜଣ ଲୋକଙ୍କ ହାତରେ ପାୱାର ଅଛି, ଦୁଇଟି କମ୍ପାନୀ ଅଛି। ସେମାନେ ହିଁ ନିଷ୍ପତ୍ତି ନେଇଥାନ୍ତି, କିଏ ଗୀତ ଗାଇବେ ଓ କେଉଁମାନେ ଗାଇବେ ନାହିଁ।

publive-image

‘ମୁଁ ତ ଏସବୁ ବାହାରି ଯାଇଛି। ମୁଁ ମୋ ଦୁନିଆରେ ବହୁତ ଖୁସି ଅଛି। କିନ୍ତୁ ମୁଁ ନୂଆ ଗାୟକ/ଗାୟିକା, ନୂଆ କମ୍ପୋଜର୍‌, ନୂଆ ଗୀତକାରଙ୍କ ଆଖିରେ ଲୁହ ଦେଖିଛି।

ସେ ଆହୁରି କହିଛନ୍ତି, ‘ମୁଁ ଯାହା ଦେଖିଛୁ, ତାହା କହୁଛୁ। ଏହାକୁ ନେଇ କିଛି ଲୋକ କହିବେ ସୋନୁ ମୋ ନାଁରେ ଏମିତି କହିଲା। କିନ୍ତୁ ମୁଁ ଭାବୁଛି ଯେ, କ୍ରିଏଟିଭିଟି ୨ଜଣଙ୍କ ହାତରେ ରହିବା ଉଚିତ୍‌ ନୁହେଁ। ଯଦି ସବୁକିଛି ଆପଣମାନେ ନିଷ୍ପତ୍ତି ନେବେ, ତେବେ ମ୍ୟୁଜିକ୍‌ କେମିତି ଭଲ ହେବ ? ପୂର୍ବରୁ ମ୍ୟୁଜିକ୍‌ ବହୁତ ଭଲ ଥିଲ। ହେଲେ ଏବେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରି ସଙ୍କୁଚିତ ହେବାରେ ଲାଗିଛି। ’

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ଘଟଣା ପରେ ଏବେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ କ’ଣ ଚାଲିଛି ସେନେଇ ସୋନୁ ନିଗମଙ୍କ ଏହି ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ମନ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

Watch this video:

https://www.instagram.com/tv/CBkwC8Uhs_H/?utm_source=ig_web_copy_link

ଆହୁରି ମଧ୍ୟ ପଢ଼ନ୍ତୁ: ଦୁଃଖ ନିଜ ଭିତରେ ଚାପି ରଖିଥିଲେ, ବାପାଙ୍କୁ ବି କହି ନଥିଲେ।

Sushant Singh Rajput Sonu Nigam Sushant Singh Rajput Suicide Sushant Singh Rajput Latest News Singer Sonu Nigam Sonu Nigam Insta Video On Sushant Singh Rajput Sonu Nigam Instagram Sonu Nigam On Music Industry
Advertisment
Advertisment