Advertisment

ଲାଲ୍‌ କିଲ୍ଲାରେ ଖଣ୍ଡା ବୁଲାଉଥିବା ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତମାସ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ହିଂସା ଘଟଣାର ମୋଷ୍ଟ ୱାଣ୍ଟେଡ୍‌ ମନିନ୍ଦର ସିଂହଙ୍କୁ ପୋଲିସ ଗିରଫ କରିଛି। ହିଂସାକାଣ୍ଡ ସମୟର ଏକ ଭିଡିଓ ଭାଇରାଲ  ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ମନିନ୍ଦର ୨ଟି ଖଣ୍ଡା ଧରି ଲାଲ କିଲ୍ଲା ଉପରେ ଚଢିବା ସହ ଦେଶ ବିରୋଧି ଭାଷଣ ଦେଇଥିଲେ। ଏଥିସହିତ  ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଦିଲ୍ଲୀର ସ୍ୱରୂପ ନଗର ଅଧିବାସୀ ମନିନ୍ଦର ଅନ୍ୟ […]

ଲାଲ୍‌ କିଲ୍ଲାରେ ଖଣ୍ଡା ବୁଲାଉଥିବା ଅଭିଯୁକ୍ତଙ୍କୁ ଧରିଲା ପୋଲିସ

maninder singh

Advertisment

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତମାସ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ହିଂସା ଘଟଣାର ମୋଷ୍ଟ ୱାଣ୍ଟେଡ୍‌ ମନିନ୍ଦର ସିଂହଙ୍କୁ ପୋଲିସ ଗିରଫ କରିଛି। ହିଂସାକାଣ୍ଡ ସମୟର ଏକ ଭିଡିଓ ଭାଇରାଲ  ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ମନିନ୍ଦର ୨ଟି ଖଣ୍ଡା ଧରି ଲାଲ କିଲ୍ଲା ଉପରେ ଚଢିବା ସହ ଦେଶ ବିରୋଧି ଭାଷଣ ଦେଇଥିଲେ। ଏଥିସହିତ  ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଦିଲ୍ଲୀର ସ୍ୱରୂପ ନଗର ଅଧିବାସୀ ମନିନ୍ଦର ଅନ୍ୟ ଆନ୍ଦୋଳନକାରୀଙ୍କୁ ଉସ୍‌କାଉଥିବା ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଥିଲା।

Advertisment

ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ମନିନ୍ଦର ସିଂହ ୨୬ ଜାନୁଆରୀ ଦିନ ବାଇକ୍‌ରେ ନିଜର ୫ ଜଣ ସାଥୀଙ୍କ ସହ ଏକ ଟ୍ରାକ୍ଟର ରାଲିରେ ସାମିଲ୍‌ ହେବା ପାଇଁ ବାହାରିଥିଲେ। ଟ୍ରାକ୍ଟର ରାଲିରେ ସାମିଲ ହେବା ପରେ ଲାଲ୍‌ କିଲ୍ଲା ଭିତରେ ପଶି ଖଣ୍ଡା ବୁଲାଇ ନାଚିଥିଲେ। ଏଥସିହତ ଅନ୍ୟ ଆନ୍ଦୋଳନକାରୀଙ୍କୁ ଉସ୍‌କାଇଥିଲେ। ଅଭିଯୁକ୍ତ ସ୍ୱରୂପ ନଗର ଇଲାକାରେ ଏକ ଖାଲି ଫ୍ଲାଟ୍‌ରେ ଖଣ୍ଡା ଚାଳନା ତାଲିମ ମଧ୍ୟ ଦେଉଥିଲେ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ମଙ୍ଗଳବାର ଦିଲ୍ଲୀର ପୀତମପୁରା ଅଞ୍ଚଳରୁ ମନିନ୍ଦର ସିଂହଙ୍କୁ ଗିରଫ କରିଛି। ସ୍ୱରୂପ ନଗରସ୍ଥିତ ତାଙ୍କ ଘରୁ ୨ଟି ଖଣ୍ଡା ଜବତ କରିଛି। ଏବେ ମନିନ୍ଦରଙ୍କୁ ଦିଲ୍ଲୀ ସ୍ପେଶାଲ ସେଲ ପଚରାଉଚୁରା କରୁଛି।

Advertisment

ଅନ୍ୟପକ୍ଷେ ଗିରଫ ଅଭିଯୁକ୍ତ କହିଛନ୍ତି, ଫେସ୍‌ବୁକ୍‌ ଏବଂ ଅନ୍ୟ ସୋଶାଲ ମିଡିଆରେ ବିଭିନ୍ନ ପୋଷ୍ଟ ଦେଖି ପ୍ରଭାବିତ ହୋଇଯାଇଥିଲେ। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ ନିୟମିତ ସିଂଘୁ ସୀମାକୁ ଯାଇଥାନ୍ତି। ତେବେ ତାଙ୍କୁ ପଚାରିବାରୁ ସେ କୃଷକ ନେତାଙ୍କ ଭାଷଣ ଶୁଣିବାକୁ ଯାଆନ୍ତି ବୋଲି କହିଥିଲେ।

ଅନ୍ୟପକ୍ଷେ ମନିନ୍ଦର ଉତ୍ତେଜନାପୂର୍ଣ ଭାଷଣ ଦେବା ସହ  ଏକ ଭିଡିଓ ମଧ୍ୟ ଫେସବୁକ୍‌ରେ ପୋଷ୍ଟ କରିଥିଲେ। ଏଥିରେ ସେ ଦେଶକୁ କଠୋରପନ୍ଥୀ ହେବା ପାଇଁ କହୁଛନ୍ତି। ତେବେ ପୋଲିସର କହିବା ଅନୁଯାୟୀ, ମନିନ୍ଦରଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ  ଆନ୍ଦୋଳନରତ ଚାଷୀମାନଙ୍କୁ ପ୍ରଭାବିତ କରୁଥିଲା।

Advertisment

ଗିରଫ ଅଭିଯୁକ୍ତ ମନିନ୍ଦର ନିଜେ ସ୍ୱୀକାର କିଛି ଯେ, ସେ ସ୍ୱରୂପ ନଗରର ୬ ଜଣ ଲୋକଙ୍କୁ ହିଂସା ପାଇଁ ପଠାଇଥିଲେ। ଏହି ୬ ଜଣ ସିଂଘୁରୁ ବାହାରିଥିବା ଟ୍ରାକ୍ଟର ରାଲିରେ ସାମିଲ ହୋଇଥିଲେ। ଏହି ସମୟରେ ମନିନ୍ଦରଙ୍କ ପାଖରେ ୨ଟି ଖଣ୍ଡା ଥିଲା। ମନିନ୍ଦରଙ୍କ ଫୋନରୁ ଲାଲ୍‌ କିଲ୍ଲା ହିଂସାକାଣ୍ଡ ସମ୍ବନ୍ଧିତ କିଛି ଭିଡିଓ ଓ ଫଟୋ ମଧ୍ୟ ମିଳିଛି। ପୋଲିସ ଏହାକୁ ଜବତ କରିଛି। ଅଧିକ ତଥ୍ୟ ହାସଲ ପାଇଁ ମନିନ୍ଦରଙ୍କୁ ପୋଲିସ ପଚରାଉଚରା କରୁଛି।

Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ