Advertisment

ପଡିଆ ଭିତରେ ସାପ !

ନୂଆଦିଲ୍ଲୀ: ବିଜୟୱାଡାରେ ରଣଜୀ ଟ୍ରଫି ଗ୍ରୁପ୍‌-ଏ’ର ଏକ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଓ ବିଦର୍ଭ। ମ୍ୟାଚର ପ୍ରଥମ ଦିବସରେ କିଛି ଏଭଳି ଘଟିଛି, ଯାହା ଦେଖି ଖେଳାଳି ଭୟଭୀତ ହୋଇପଡ଼ିଥିଲେ। ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଗ୍ରାଉଣ୍ଡ ଭିତରକୁ ସାପ ପଶିଆସିଥିଲା। ବିସିସିଆଇର ଡୋମେଷ୍ଟିକ୍ ଅଫିସିଆଲ୍ ଟ୍ୱିଟର୍ ପେଜରେ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ଗ୍ରାଉଣ୍ଡରେ ସାପ ଚାଲୁଥିବାର ଦେଖିବାକୁ ମିଳିଛି। ସାପକୁ ଦେଖି ଖେଳାଳିମାନେ ସାମାନ୍ୟ ଡରି ଯାଇଥିଲେ। ସାପକୁ ବାହାର କରିବା […]

author-image
Pradesh Pratyush
ପଡିଆ ଭିତରେ ସାପ !

snake

ନୂଆଦିଲ୍ଲୀ: ବିଜୟୱାଡାରେ ରଣଜୀ ଟ୍ରଫି ଗ୍ରୁପ୍‌-ଏ’ର ଏକ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଓ ବିଦର୍ଭ। ମ୍ୟାଚର ପ୍ରଥମ ଦିବସରେ କିଛି ଏଭଳି ଘଟିଛି, ଯାହା ଦେଖି ଖେଳାଳି ଭୟଭୀତ ହୋଇପଡ଼ିଥିଲେ। ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଗ୍ରାଉଣ୍ଡ ଭିତରକୁ ସାପ ପଶିଆସିଥିଲା।

Advertisment

publive-imageବିସିସିଆଇର ଡୋମେଷ୍ଟିକ୍ ଅଫିସିଆଲ୍ ଟ୍ୱିଟର୍ ପେଜରେ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ଗ୍ରାଉଣ୍ଡରେ ସାପ ଚାଲୁଥିବାର ଦେଖିବାକୁ ମିଳିଛି। ସାପକୁ ଦେଖି ଖେଳାଳିମାନେ ସାମାନ୍ୟ ଡରି ଯାଇଥିଲେ। ସାପକୁ ବାହାର କରିବା ପାଇଁ ଷ୍ଟାଡିୟମ କମକର୍ତ୍ତା ଲାଗି ପଡ଼ିଥିଲେ ଏବଂ ସେମାନେ ତାଳି ମାରି ସାପକୁ ଗ୍ରାଉଣ୍ଡରୁ ବାହାର କରିଥିଲେ।

Advertisment

ତେବେ ଏହି ଘଟଣା ମ୍ୟାଚ୍ ଆରମ୍ଭରୁ ଘଟିଥିଲା। ସାପ ଯୋଗୁ ମ୍ୟାଚ୍ ସାମାନ୍ୟ ବିଳମ୍ବ ହୋଇଥିଲା। ବିସିସିଆଇ ଡୋମେଷ୍ଟିକ୍ ଅଫିସିଆଲ୍ ଟ୍ୱିଟର୍ ପେଜରେ ପୋଷ୍ଟ ହୋଇଥିବା ଏହି ଭିଡିଓ କ୍ଲିପରେ ଉଲ୍ଲେଖ ହୋଇଛି ଯେ, ସାପ ଯୋଗୁ ଅଟକିଲା ମ୍ୟାଚ୍। ଗ୍ରାଉଣ୍ଡରେ ଜଣେ ଭିଜିଟରଙ୍କ ପ୍ରବେଶ କାରଣରୁ ମ୍ୟାଚ୍ ଆରମ୍ଭ ହେବାର ବିଳମ୍ବ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Advertisment
Advertisment