Advertisment

ବିବାହ ପୂର୍ବରୁ ପ୍ରିୟଙ୍କାଙ୍କୁ ଶ୍ୱଶୁର ଘର ବିଷୟରେ ଏମିତି କଥା ଶୁଣିବାକୁ ମିଳିଲା...

ମୁମ୍ୱାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ ପୂର୍ବରୁ ଶ୍ୱଶୁର ଘର ବିଷୟରେ ଏମିତି କିଛି କଥା ଶୁଣିବାକୁ ମିଳିଛି, ଯାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଶୁଣିବାକୁ ମିଳୁଛି ଯେ, ପ୍ରିୟଙ୍କାଙ୍କ ଶ୍ୱଶୁର ଅର୍ଥାତ୍‌ ନିକ୍‌ ଜୋନ୍ସଙ୍କ ବାପା ପଲ୍‌ ଜୋନ୍ସ କରଜରେ ବୁଡ଼ିଛନ୍ତି। ପଲ୍‌ଙ୍କ କମ୍ପାନୀ ଉପରେ ପାଖାପାଖି ୭ କୋଟି ୧୦ ଲକ୍ଷ ଟଙ୍କାର କରଜ ଅଛି। ଫଳରେ ସେ ନିଜ କମ୍ପାନୀକୁ ଦେବାଳିଆ ଘୋଷଣା […]

author-image
Otv Khabar Bureau
ବିବାହ ପୂର୍ବରୁ ପ୍ରିୟଙ୍କାଙ୍କୁ ଶ୍ୱଶୁର ଘର ବିଷୟରେ ଏମିତି କଥା ଶୁଣିବାକୁ ମିଳିଲା...

priyanka

ମୁମ୍ୱାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ ପୂର୍ବରୁ ଶ୍ୱଶୁର ଘର ବିଷୟରେ ଏମିତି କିଛି କଥା ଶୁଣିବାକୁ ମିଳିଛି, ଯାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଶୁଣିବାକୁ ମିଳୁଛି ଯେ, ପ୍ରିୟଙ୍କାଙ୍କ ଶ୍ୱଶୁର ଅର୍ଥାତ୍‌ ନିକ୍‌ ଜୋନ୍ସଙ୍କ ବାପା ପଲ୍‌ ଜୋନ୍ସ କରଜରେ ବୁଡ଼ିଛନ୍ତି। ପଲ୍‌ଙ୍କ କମ୍ପାନୀ ଉପରେ ପାଖାପାଖି ୭ କୋଟି ୧୦ ଲକ୍ଷ ଟଙ୍କାର କରଜ ଅଛି। ଫଳରେ ସେ ନିଜ କମ୍ପାନୀକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିଛନ୍ତି।

Advertisment

ବର୍ତ୍ତମାନ ପଲ୍‌ କିଛି ସମ୍ପତ୍ତି ବିକ୍ରି କରିବା ପାଇଁ ଯୋଜନା କରିଛନ୍ତି। ଫଳରେ କିଛି ଟଙ୍କା ତାଙ୍କ ହାତକୁ ଆସିଯିବ। ଏହା ପୂର୍ବରୁ ୨୦୧୩ରେ ଜୋନ୍ସ ବ୍ରଦର୍ସ (ଯେଉଁଥିରେ ନିକ୍‌ ମଧ୍ୟ ଅଛନ୍ତି) ତାଙ୍କ ବ୍ରାଣ୍ଡ୍‌ ଭାଙ୍ଗିବା ପୂର୍ବରୁ ଅନେକ ରେକର୍ଡ ବିକ୍ରି କରି ଦେଇଥିଲେ। ଏହା ପରେ ତିନି ଭାଇ ମିଶି ନିଜର ଏକ ନୂଆ କାମ ଆରମ୍ଭ କରିଥିଲେ।

ସୋଲୋ ଆର୍ଟିଷ୍ଟ ଭାବେ ନିକ୍‌ ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ଫିଲ୍ମ ‘ଜୁମାଜିଂ’ ରୁ ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଗତ ଅଗଷ୍ଟ ୧୮ ରେ ମୁମ୍ବାଇରେ ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ଖୁବ୍‌ ଶୀଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

Advertisment

ନିକ୍‌ଙ୍କ ବୟସ ୨୫ବର୍ଷ ହୋଇଥିବା ବେଳେ ପ୍ରିୟଙ୍କା ବୟସରେ ନିକ୍‌ଙ୍କଠୁ ବହୁତ ବଡ଼। ଗତ ବର୍ଷ ମେଟ୍‌ ଗାଲାରେ ପ୍ରିୟଙ୍କାଙ୍କୁ ନିକ୍‌ଙ୍କ ସହ ଏକାଠି ଦେଖିବାକୁ ମିଳିବା ପରେ ସେବେଠୁ ଉଭୟଙ୍କୁ ନେଇ ଚର୍ଚ୍ଚା।

Advertisment
Advertisment