Advertisment

ଲାଲ୍‌କିଲ୍ଲାରେ ନିସାନ ସାହିବ ଉଡ଼ାଇଥିବା ଯୁବକ ଚିହ୍ନଟ, ଗାଁ ଛାଡ଼ି ପଳାଇଲେ ପରିବାର ଲୋକେ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ  ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ଘଟାଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି।  ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି।  ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି। ଗଣତନ୍ତ୍ର ଦିବସର ଦିଲ୍ଲୀ ହିଂସାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଗୁରୁତ୍ୱର […]

ଲାଲ୍‌କିଲ୍ଲାରେ ନିସାନ ସାହିବ ଉଡ଼ାଇଥିବା ଯୁବକ ଚିହ୍ନଟ, ଗାଁ ଛାଡ଼ି ପଳାଇଲେ ପରିବାର ଲୋକେ

unforl

Advertisment

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ  ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ଘଟାଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି।  ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି।  ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି। ଗଣତନ୍ତ୍ର ଦିବସର ଦିଲ୍ଲୀ ହିଂସାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଗୁରୁତ୍ୱର ସହ ନେଇଛନ୍ତି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କୁ କହିଛନ୍ତି।

Advertisment

ମିଳିଥିବା ଶେଷ ଖବର ଅନୁଯାୟୀ, ଲାଲକିଲ୍ଲାରେ ନିସାନ ସାହିବ ପତାକା ଉଡାଇଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାଁ ଯୁଗରାଜ ସିଂ। ତାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ସେପଟେ କାର୍ଯ୍ୟାନୁଷ୍ଠାନ ଭୟରେ ଯୁଗରାଜଙ୍କ ପରିବାର ଲୋକ ଗାଁରୁ ଫେରାର ହୋଇଯାଇଛନ୍ତି । ପୋଲିସ ପକ୍ଷରୁ ଯୁଗରାଜଙ୍କ ଗାଁରେ ଘନଘନ ଚଢଉ କରାଯାଉଛି ।

ତେବେ କିଏ ଏହି ଯୁଗରାଜ ସିଂହ। କାହିଁକି ସେ ଏମିତି ଏକ ପଦକ୍ଷେପ ନେଲା ?  ପଞ୍ଜାବ ତରତାରନ ଜିଲ୍ଲାର ଭାନତାରା ସିଂହ ଗ୍ରାମର ଯୁଗରାଜ ସିଂହ ଓ ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ପୋଲିସ କାଳେ ତାଙ୍କ ବିରୋଧରେ କିଛି ବଡ଼ ପଦକ୍ଷପ ନେବ ସେ ନେଇ ଭୟଭୀତ ହୋଇ ପଡ଼ିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଯୁଗରାଜ ଆନ୍ଦୋଳନକାରୀଙ୍କ କଥାରେ ପଡ଼ି ଏପରି କରି ଦେଇଛି। ସେ ସେମିତି ପିଲା ନୁହେଁ।

Advertisment

ଇତି ମଧ୍ୟରେ ଯୁଗରାଜଙ୍କ ବାପା-ମା’ ଗାଁ ଛାଡ଼ି ପଳାଇଥିବାବେଳେ ରହି ଯାଇଛନ୍ତି ଜେଜେ ବାପା-ଜେଜେ ମା’ ।  ସେହିମାନେ ହିଁ ମିଡିଆକୁ ସାମ୍ନା କରୁଛନ୍ତି। ଯୁଗରାଜ ଯେତେବେଳେ ଲାଲ କିଲ୍ଲା ଉପରେ ପତାକା ଉଡ଼ାଇଥିଲେ ସତେବେଳେ ତାଙ୍କ ଜେଜେ ମହଲ ସିଂହ ମିଡିଆକୁ ‘ ବହୁତ ଭଲ’ ବୋଲି କହିଥିଲେ। ହେଲେ ଗୋଟିଏ ଦିନ ପରେ ଏଇ ପ୍ରସଙ୍ଗ ଉପରେ ସେ କଥା ବଦଳାଇ କହିଛନ୍ତି, ‘ କେବେ ଏ ସବୁ ହୋଇଛି ଆମକୁ ଜଣାନାହିଁ। ସେ ବହୁତ ଭଲ ପିଲା। କେବେ କାହାକୁ ଅଭିଯୋଗର ମୌକା ଦେଇ ନାହିଁ। ’

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୋଲିସ ତାଙ୍କ ଘରକୁ ଅନେକ ଥର ଆସିଲାଣି। କିନ୍ତୁ ପ୍ରତିଥର ଖାଲି ହାତରେ ଫେରୁଛି। ଜଣେ ବରିଷ୍ଠ ଗ୍ରାମବସୀଙ୍କ କହିଛନ୍ତି- ‘ଯୁଗରାଜ ଯାହା କରିଛନ୍ତି, ତାହା ନିଶ୍ଚିତ ଭାବେ ଦୁର୍ଭାଗ୍ୟପୂର୍ଣ୍ଣ। ଯୁବ ସୁଲଭ ଚପଳତାରେ ସେ ଏପରି କାମ କରି ଦେଇଛି। କିନ୍ତୁ ଜାଣିନି ଏହାର ପରିଣାମ କ’ଣ ହେବ। ମୁଁ ଟିଭିରେ ଦେଖିଛି, ସେ ନିଜେ ଟ୍ରାକ୍ଟର ଉପରେ ପୂର୍ବରୁ ଏହି ଝଣ୍ଡା ଲଗାଇଥିଲା। କେହି ଜଣେ ତାକୁ କହିଥିଲେ ଏହି ଝଣ୍ଡା  ଉଡାଇ ଦେ। ତେଣୁ ସେ ଉପରେ ଚଢି ଝଣ୍ଡା ଲଗାଇଦେଲା ତେବେ ଯୁଗରାଜ ଖୁବ ପରିଶ୍ରମୀ ଏବଂ ଭଲ ପିଲା ବୋଲି ସେ କହିଛନ୍ତି।

Advertisment

ଆହୁରି ପଢନ୍ତୁ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନାରା ଦେଇ ଅଶାନ୍ତି ସୃଷ୍ଟି କଲେ କାହିଁକି?

Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ