/odishatv-khabar/media/post_attachments/uploadimage/library/16_9/16_9_0/mehul_1626762326.jpg)
mehul
ନୂଆଦିଲ୍ଲୀ : ଦୀର୍ଘ ଦିନର ଲୁଚକାଳି ପରେ ସାମ୍ନାକୁ ଅାସିଛନ୍ତି ପଳାତକ ବ୍ୟବସାୟୀ ମେହୁଲ ଚୋକସୀ । ପିଏନ୍ବି ମହାଠକେଇରେ ସଂପୃକ୍ତି ଅଭିଯୋଗ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମେହୁଲ। ସେ ଅାଶ୍ରୟ ନେଇଥିବା ଅାଣ୍ଟିଗୁଅାରୁ ଏକ ଭିଡିଓ ଜାରି କରିଛନ୍ତି । ନ୍ୟୁଜ୍ ଏଜେନ୍ସୀ ANIକୁ ଦେଇଥିବା ଏହି ଭିଡିଓରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି ।
ବିନା ଅନୁମତିରେ ଏବଂ ବେଅାଇନ ଭାବେ ଇଡି ତାଙ୍କ ସମ୍ପର୍ତ୍ତିକୁ ଜବତ କରିଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ଭାରତକୁ ଫେରିବା କିମ୍ବା ଅାତ୍ମ ସମର୍ପଣ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ ମେହୁଲ କହିଛନ୍ତି।
ସେହିପରି ବିନା କାରଣରେ ଏବଂ ତାଙ୍କୁ ନୋଟିସ୍ ନକରି ତାଙ୍କ ପାସ୍ପୋର୍ଟକୁ ରଦ୍ଦ କରାଯାଇଥିବାକୁ ନେଇ ଅାପତ୍ତି ଉଠାଇଛନ୍ତି ମେହୁଲ । ଗତ ଫେବ୍ରୁଅାରୀରେ ସେ ତାଙ୍କ ପାସପୋର୍ଟ ରଦ୍ଦ ଅାଦେଶ ହଟାଇବା ପାଇଁ ମୁମ୍ବାଇ ଅାଞ୍ଚଳିକ ପାସପୋର୍ଟ ଅଫିସକୁ ଅାବେଦନ କରିଥିଲେ।
ତେବେ ଏଯାଏଁ ତାଙ୍କ ନିକଟକୁ କୌଣସି ଜବାବ ଅାସିନଥିବା ସେ କହିଛନ୍ତି। ବର୍ତ୍ତମାନ ଅାଣ୍ଟିଗୁଅାରେ ନାଗରିକତା ହାସଲ କରି ସେଠାରେ ରହୁଛନ୍ତି ମେହୁଲ ତାଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ ସରକାର ଅାଣ୍ଟିଗୁଅାକୁ ଅନୁରୋଧ କରିଛନ୍ତି।
ମେହୁଲଙ୍କ ବିରୋଧରେ ରହିଛି ୨୧ ହଜାର କୋଟିରୁ ଅଧିକ ଟଙ୍କାର ପିଏନବି ମହା ଠକେଇ ଅଭିଯୋଗ। ମେହୁଲଙ୍କ ମାମୁ ତଥା ଅନ୍ୟତମ ପଳାତକ ବ୍ୟବସାୟୀ ନିରବ ମୋଦିଙ୍କୁ ମଧ୍ୟ ଏହି ଘୋଟାଲାରେ ଅଭିଯୁକ୍ତ ଦର୍ଶାଯାଇଛି । ନିରବଙ୍କ ନାଁରେ ଇଣ୍ଟରପୋଲ ପକ୍ଷରୁ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିବାବେଳେ ମେହୁଲଙ୍କ ବିରୋଧରେ ଏଇ ନୋଟିସ ଜାରି କରିବା ପ୍ରକ୍ରିୟା ଅାରମ୍ଭ ହୋଇଛି। ଏହି ମାମଲାକୁ ନେଇ ଗତକାଲି ନିରବଙ୍କ ଭଉଣୀ ପୂରବୀଙ୍କୁ ନୋଟିସ୍ କରି ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଇଣ୍ଟରପୋଲ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)