Advertisment

ଭାରତ ପାଇଁ ଆମେରିକା, ଋଷ ଭାକ୍ସିନ ଉପଯୋଗୀ ହେବ ତ ?

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ମହାମାରୀ । ଆଶା କରାଯାଉଥିଲା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ଆପେ ଆପେ କମିଯିବ । ମାତ୍ର ତାହା ହୋଇନି । ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ପରେ ଏବେ କାୟା ମେଲାଉଛି ତୃତୀୟ ପର୍ଯ୍ୟାୟ ସଂକ୍ରମଣ । ତେଣୁ ମାନବ ଜାତିକୁ କରୋନା କବଳରୁ ମୁକ୍ତି ଦେବାକୁ ହେଲେ ଟିକା ହିଁ ଏକମାତ୍ର ବିକଳ୍ପ କୁହାଯାଉଛି। ଆମେରିକୀୟ କଂପାନୀ ଫାଇଜର ପରେ ନିଜ ଟିକା ସ୍ଫୁଟନିକ ବି ଭଲ କାମ କରୁଛି […]

ଭାରତ ପାଇଁ ଆମେରିକା, ଋଷ ଭାକ୍ସିନ ଉପଯୋଗୀ ହେବ ତ ?

vaccine

Advertisment

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ମହାମାରୀ । ଆଶା କରାଯାଉଥିଲା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ଆପେ ଆପେ କମିଯିବ । ମାତ୍ର ତାହା ହୋଇନି । ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ପରେ ଏବେ କାୟା ମେଲାଉଛି ତୃତୀୟ ପର୍ଯ୍ୟାୟ ସଂକ୍ରମଣ । ତେଣୁ ମାନବ ଜାତିକୁ କରୋନା କବଳରୁ ମୁକ୍ତି ଦେବାକୁ ହେଲେ ଟିକା ହିଁ ଏକମାତ୍ର ବିକଳ୍ପ କୁହାଯାଉଛି।

Advertisment

ଆମେରିକୀୟ କଂପାନୀ ଫାଇଜର ପରେ ନିଜ ଟିକା ସ୍ଫୁଟନିକ ବି ଭଲ କାମ କରୁଛି ବୋଲି ଦାବି କରିଛି ଋଷିଆ।ତେବେ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ ଅଷ୍ଟ୍ରାଜେନେକା ସବୁଠୁ ଉପାଦେୟ ହେବ ବୋଲି ଆଶା କରାଯାଉଛି।

କରୋନାରେ ରୋକିବାରେ ସ୍ଫୁଟନିକ୍-ଭି ଭ୍ୟାକସିନ୍ ୯୨ ପ୍ରତିଶତ ସଫଳ ବୋଲି ଦାବି କରିଛି ଋଷିଆ।  ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣର ଅନ୍ତରୀଣ ରିପୋର୍ଟ ଆସିବା ପରେ ଋଷ ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି ।ଏହା  କରୋନା ଲଢେଇ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିଛି।

Advertisment

ତେବେ ଟ୍ରାଏଲ ରିପୋର୍ଟକୁ ନେଇ ବିଶେଷଜ୍ଞମାନେ ଉତ୍ସାହିତ ଥିଲେ ମଧ୍ୟ ଏହି ଟୀକାକୁ ନେଇ ଅତି ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦେଇଛନ୍ତି । କାରଣ ଅତି ଅଳ୍ପ ସଂଖ୍ୟକ ଲୋକଙ୍କ ଦେହରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ ମାତ୍ର ୨୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ସର୍ଭେ ହୋଇଛି। ସେହିପରି ଯେତେ କମ୍ ସମୟରେ ଋଷିଆ ଟୀକା ପ୍ରସ୍ତୁତ କରିଛି ତାହା ମାନବ ଶରୀରର ସୁରକ୍ଷା ଦିଗ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି।

ଟୀକା ଆବଶ୍ୟକ, ମାତ୍ର ଏହାର ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତା ଠିକ୍ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଅନ୍ତରୀଣ ରିପୋର୍ଟ ଆସିବା ପରେ ୪୦ ହଜାର ଲୋକଙ୍କ ଦେହରେ ଏହି ଭ୍ୟାକସିନ ପ୍ରୟୋଗ କରାଯାଉଥିବା ଟୀକା ନିର୍ମାତା ଡାଇରେ ଇନଭେଷ୍ଟମେଣ୍ଟ ଫଣ୍ଡର ମୁଖ୍ୟ କହିଛନ୍ତ।

Advertisment

ଋଷ ହେଉ କି ଆମେରିକା,  ଟୀକା ପ୍ରସ୍ତୁତି ଭିତ୍ତିଭୂମି ଓ ଅଭିଜ୍ଞତା ଦୃଷ୍ଟିରୁ କେହି ବି ଭାରତ ସହ ସହଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ସେଥିଲାଗି ସ୍ଫୁଟନିକ୍-ଭି ଟୀକା ନିର୍ମାତା ଭାରତରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆବଶ୍ୟକ ଅନୁମତି ମିଳିବା ପରେ ଏହି ଟୀକା ଭାରତ ପହଞ୍ଚି ସାରିଛି ।ହାଇଦ୍ରାବାଦ୍ର ଡର ରେଡି ଲାବୋରେଟୋରୀ ସହାୟତାରେ ଏହି ପରୀକ୍ଷଣ କରାଯିବ । ସେହିପରି ଭାରତରେ ଟୀକା ପ୍ରସ୍ତୁତ ଲାଗି ତିନିଟି ଫାର୍ମା କଂପାନୀ ସହ ବୁଝାମଣା ହୋଇଥିବା ସ୍ଫୁଟନିକ୍ ଭି ମୁଖ୍ୟ କହିଛନ୍ତି।

ଯାହା ବି ହେଉ, ଟୀକା ପ୍ରସ୍ତୁତି ସିନା ଆଗେଇ ଚାଲିଛି, ହେଲେ ଭାରତ ଭଳି ଜନସଂଖ୍ୟା ବହୁଳ ଦେଶ ପାଇଁ କେତେ ଉପଯୋଗୀ ହେବ ଏସବୁ ଭ୍ୟାକସିନ୍ ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ସଂରକ୍ଷଣ ଓ ପରିବହନ ଖର୍ଚ୍ଚକୁ ନେଇ ଫାଇଜର ଟୀକାର ଦାମ ମାତ୍ରାଧିକ ରହିବ ବୋଲି ଆଶଙ୍କା କରାଯାଉଛି । ଏଭଳି କ୍ଷେତ୍ରରେ ପୁନେର ସେରମ ଇନଷ୍ଟିଚ୍ୟୁଟ ସହଯୋଗରେ ପ୍ରସ୍ତୁତ ଅକ୍ସଫୋର୍ଡ- ଅଷ୍ଟ୍ରାଜେନେକା ଟୀକା କୋଭିସିଲଡ ଭାରତ ପାଇଁ ଶ୍ରେଷ୍ଠ ବିକଳ୍ପ ହେବ ବୋଲି ICMR ମୁଖ୍ୟ କହିଛନ୍ତି ।

ସ୍ଫୁଟନିକ୍ ଭି ପୂର୍ବରୁ ଆମେରିକୀୟ କଂପାନୀ ଫାଇଜର ମଧ୍ୟ ଏହାର ଟୀକା BNT162b2ର ପରୀକ୍ଷଣର ସଫଳତା ନେଇ ଦାବି କରିଥିଲା ଏହି ଟୀକା ୯୦ ପ୍ରତିଶଥ ଯାଏ କରୋନା ରୋକିବାରେ ସଫଳ ବୋଲି ଫାଇଜର ପକ୍ଷରୁ କୁହାଯାଇଥିଲା।  ତେବେ ମାତ୍ର ୯୪ ଜଣଙ୍କ ଦେହରେ ହୋଇଥିବା ପରୀକ୍ଷାରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ତେଣୁ ବହୁଳ ପରୀକ୍ଷଣ ନସରିବା ଯାଏଁ ଏସବୁ ଟୀକା ମଣିଷ ଶରୀର ପ୍ରତି କେତେ ସୁରକ୍ଷିତ ଓ କରୋନା ରୋକିବାରେ କେତେ ସକ୍ଷମ ତାହା କହିହେବ ନାହିଁ ।

ସେହିପରି ଫାଇଜର ଦ୍ୱାରା ପ୍ରସ୍ତୁତ ଟୀକାକୁ ମାଇନସ ୭୦ରୁ ମାଇନସ ୮୯ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡିବ। ତେଣୁ ଏହି ଟୀକାକୁ ସୁରକ୍ଷିତ ରଖିବା ଓ ପରିବହନ ଅତି କଠିନ ବ୍ୟାପାର ଏହି କାରଣକୁ ନେଇ ଟୀକାର ଦାମ ମଧ୍ୟ ଅତ୍ୟଧିକ ରହିବ॥ ତେଣୁ ଭାରତ ସମେତ ଅନ୍ୟ ନିମ୍ନ ମଧ୍ୟବିତ୍ତ ଓ ଗରିବ ରାଷ୍ଟ୍ରଙ୍କୁ ଏହି ଟିକା ଯୋଗାଣ ସମ୍ଭବ ହୋଇନପାରେ।

ଫାଇଜର ଓ ସ୍ଫୁଟନିକ୍ ଭି ପରୀକ୍ଷଣର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲେ ମଧ୍ୟ ଭାରତ ପାଇଁ ଏହା କେତେ ଉପଯୋଗୀ ହେବେ ତାକୁ ନେଇ ସନ୍ଦେହ ଜନ୍ମିଛି । ସେ ଦୃଷ୍ଟିରୁ ପୁନର ସେରମ ଇଷ୍ଟିଚ୍ୟୁଟ ସହଯୋଗରେ ପ୍ରସ୍ତୁତ ହେଉଥିବା ଅକ୍ସଫୋର୍ଡ ଓ ଅଷ୍ଟ୍ରାଜେନକାର କୋଭାସିଲଡ୍ ହିଁ ଏକମାତ୍ର ବିକଳ୍ପ ବୋଲି ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ ବା ICMR ପକ୍ଷରୁ କୁହାଯାଇଛି ।

ଏହି ଟୀକାର ତୃତୀୟ ତଥା ଶେଷ ପର୍ଯ୍ୟାୟ ପରୀକ୍ଷଣ ଲାଗି ୧୬ଶହ ସ୍ୱେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି । ଦେଶର ୧୫ଟି ସ୍ଥାନରେ ଏହି ପରୀକ୍ଷଣ ଆରମ୍ଭ କରାଯିବ । ସେହିପରି ବ୍ରିଟେନ, ଆମେରିକା, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ସମେତ ଅନ୍ୟାନ୍ୟ ଦେଶରେ ବି ଏହି ଟୀକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । କୋଭିଡ୍ ଟୀକା ପ୍ରସ୍ତୁଚି କ୍ଷେତ୍ରରେ ଭାରତ ଆଗରେ ରହିବ ବୋଲି କହିଛନ୍ତି ବିଶ୍ୱର ସର୍ବବୃହତ ଭ୍ୟାକସିନ ପ୍ରସ୍ତୁତକାରୀ କଂପାନୀ ସେରମ ଇନଷ୍ଟିଚ୍ଯୁଟର ମୁଖ୍ୟ ଅଦର ପୁନାଓ୍ୱାଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ