/odishatv-khabar/media/post_attachments/uploadimage/library/16_9/16_9_0/nirbhaya_1626689302.jpg)
nirbhaya
ନୂଆଦିଲ୍ଲୀ :୨୦୧୨ ମସିହାରେ ଜଣେ ପାରା ମେଡିକଲ ଛାତ୍ରୀ , (ଯାହାକୁ ସାରା ଦୁନିଆ ନିର୍ଭୟା ନାମରେ ଜାଣେ )ଙ୍କୁ ଗଣବଳାତ୍କାର ଓ ହତ୍ୟା ହୋଇଥିଲା । ଏହି ମାମଲାରେ ,ମଙ୍ଗଳବାର ଦିଲ୍ଲୀ ପଟାଆଲା ହାଉସ୍ କୋର୍ଟ ୪ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ଟାରେ ଫାଶି ଦେବାକୁ ଆଦେଶ ଦେଇଛନ୍ତି । ଆଉ ଏହି ଶୁଣାଣିର କିଛି କ୍ଷଣ ପରେ ଏହି ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂହଙ୍କର ମାଆ ଖୁବ୍ ମର୍ମାହତ ହୋଇପଡିଥିଲେ ।
ସେ ନିର୍ଭୟା ମାଆଙ୍କ ପାଖକୁ ଯାଇ ଭିକ୍ଷା ମାଗିବା ଭଳି ତାଙ୍କ ଶାଢ଼ୀ ଟାଣି ଧରି ଆକୁଳ ନିବେଦନ କରିଥିଲେ , କାନ୍ଦି କାନ୍ଦି କହିଥିଲେ – ‘ମୋ ପୁଅକୁ କ୍ଷମା କରିଦିଅ। ମୁଁ ତାର ଜୀବନ ଭିକ୍ଷା ମାଗୁଛି । ’ ତାଙ୍କ ସହ ନର୍ଭୟାଙ୍କ ମାଆ ବି କାନ୍ଦିଥିଲେ । ଆଉ ଜବାବ୍ ଦେଇ କହିଲେ , ‘ମୋର ବି ସେ ଝିଅ ଥିଲା । ତା ସହ ଯାହା ହୋଇଛି , ତାହା କିପରି ଭୁଲି ଯିବି ? ମୁଁ ନ୍ୟାୟ ପାଇଁ ୭ ବର୍ଷ ହେଲା ଅପେକ୍ଷା କରିଛି ... ’
ଦୋଷୀଙ୍କୁ ଫାଶୀ ଘୋଷଣା ପରେ ଏମିତି ଦୃଶ୍ୟ କୋର୍ଟ ପରିସରରେ ଦେଖିବାକୁ ମିଳିଥିଲା । ଏହାପରେ ବିଚାରପତି କୋର୍ଟରେ ଶାନ୍ତି ବଜାୟ ରଖିବାକୁ ଆଦେଶ ଦେଇଥିଲେ । ନିର୍ଭୟାଙ୍କର ମାଆ ସାମ୍ୱାଦିକଙ୍କୁ କହିଥିଲେ , ‘ଏହି ୪ ଦୋଷୀଙ୍କୁ ଫାଶୀ ଦିଆ ଯିବା ପରେ ଦେଶର ମହିଳାଙ୍କୁ ସାହସ ଓ ଦୃଢ଼ତା ମିଳିବ । ଆଉ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଲୋକଙ୍କ ଆସ୍ଥା , ବିଶ୍ୱାସ ମଜବୁତ୍ ହେବ ... ଆମ ପାଇଁ ୨୨ ଜାନୁଆରୀ ଏକ ବଡ଼ ଦିନ ସଦୃଶ .. ମୋ ଝିଅକୁ ନ୍ୟାୟ ମିଳିଗଲା ....‘
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)