Advertisment

କାଲି ଲଞ୍ଚ ହେବ Google Pixel 4a ସ୍ମାର୍ଟଫୋନ୍‌ !

ନୂଆଦିଲ୍ଲୀ: ଆସନ୍ତାକାଲି ଲଞ୍ଚ୍ ହେବାକୁ ଯାଉଛି ଗୁଗଲ୍‌ର ଦମ୍‌ଦାର ସ୍ମାର୍ଟଫୋନ୍‌ Pixel 4a ମୋବାଇଲ୍‌। ଏ ନେଇ କମ୍ପାନୀ ପୂର୍ବରୁ ଟିଜର୍‌ ଜାରି କରି ସୂଚନା ଦେଇ ସାରିଛି। ଏହି ସ୍ମାର୍ଟଫୋନ୍‌ର ଅନ୍ୟ ଏକ ଭ୍ୟାରିଏଣ୍ଟ ଗତବର୍ଷ ସୁଲଭ ମୂଲ୍ୟରେ ଲଞ୍ଚ ହୋଇସାରିଥିବା ବେଳେ ଏବେ ଏହାର ଆଉ ଏକ ଭ୍ୟାରିଏଣ୍ଟ ଲଞ୍ଚ ହେବାକୁ ଯାଉଛି। Pixel 4a ସ୍ମାର୍ଟଫୋନ୍ ଲଞ୍ଚ ହେବା ପୂର୍ବରୁ ଟେକ୍‌ ଏକ୍ସପର୍ଟମାନେ ବିଭିନ୍ନ ଲିକ୍‌ ଦେଇ ସାରିଛନ୍ତି। ଫୋନ୍‌ରେ କ’ଣ ସବୁ […]

ଅଦ୍ୟତନ ହୋଇଛି
କାଲି ଲଞ୍ଚ ହେବ Google Pixel 4a ସ୍ମାର୍ଟଫୋନ୍‌ !

pixle

Advertisment

ନୂଆଦିଲ୍ଲୀ: ଆସନ୍ତାକାଲି ଲଞ୍ଚ୍ ହେବାକୁ ଯାଉଛି ଗୁଗଲ୍‌ର ଦମ୍‌ଦାର ସ୍ମାର୍ଟଫୋନ୍‌ Pixel 4a ମୋବାଇଲ୍‌। ଏ ନେଇ କମ୍ପାନୀ ପୂର୍ବରୁ ଟିଜର୍‌ ଜାରି କରି ସୂଚନା ଦେଇ ସାରିଛି। ଏହି ସ୍ମାର୍ଟଫୋନ୍‌ର ଅନ୍ୟ ଏକ ଭ୍ୟାରିଏଣ୍ଟ ଗତବର୍ଷ ସୁଲଭ ମୂଲ୍ୟରେ ଲଞ୍ଚ ହୋଇସାରିଥିବା ବେଳେ ଏବେ ଏହାର ଆଉ ଏକ ଭ୍ୟାରିଏଣ୍ଟ ଲଞ୍ଚ ହେବାକୁ ଯାଉଛି।

Advertisment

Pixel 4a ସ୍ମାର୍ଟଫୋନ୍ ଲଞ୍ଚ ହେବା ପୂର୍ବରୁ ଟେକ୍‌ ଏକ୍ସପର୍ଟମାନେ ବିଭିନ୍ନ ଲିକ୍‌ ଦେଇ ସାରିଛନ୍ତି। ଫୋନ୍‌ରେ କ'ଣ ସବୁ ସୁବିଧା ରହିବ ସେ ସବୁର ଆଗୁଆ ସୂଚନା ମିଳିସାରିଛି। ତେବେ କମ୍ପାନୀ ତରଫରୁ ଫୋନ୍‌ର ବିଶେଷତ୍ୱ ସମ୍ପର୍କରେ ଏଯାବତ କୌଣସି ସୂଚନା ଦିଆଯାଇନାହିଁ।

publive-image

ଟେକ୍ସ ଏକ୍ସପର୍ଟଙ୍କ ଲିକ୍ ଅନୁସାରେ...

ଡିସ୍‌ପ୍ଲେ

ଟେକ୍‌ ଏକ୍ସପର୍ଟ ଇଶାନ ଅଗରୱାଲଙ୍କ ଅନୁସାରେ, Google Pixel 4a ସ୍ମାର୍ଟଫୋନ୍‌ରେ ୫.୮୧ ଇଞ୍ଚିର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ରହିବ। ଏଚ୍‌ଡିଆର୍ ସପୋର୍ଟ ଯୁକ୍ତ ଡିସ୍‌ପ୍ଲେରେ ୧୯:5:9 ଆସପେକ୍ଟ ରେସିଓ ସହିତ ଓଲେଡ ପ୍ୟାନେଲ ରହିବ। ଫ୍ରଣ୍ଟରେ ପଞ୍ଚ ହୋଲ୍ କ୍ୟାମେରା ସୁବିଧା ମଧ୍ୟ ଦିଆଯଇଛି।

Advertisment

ଇଣ୍ଟରନାଲ୍ ଷ୍ଟୋରେଜ୍‌ ଓ ପ୍ରୋସେସର

ଫୋନ୍‌ଟିର ଓଜନ ୧୪୩ ଗ୍ରାମ ହୋଇପାରେ। କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ ୭୩୦ଜି ପ୍ରୋସେସରରେ ଆସୁଥିବା  Google Pixel 4a ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ରହିବ। ତା ସହିତ 3,140mAhର ବ୍ୟାଟେରୀ ଦିଆଯାଇଛି।

Everything We Know So Far About Google's Pixel 4a - GQ

କ୍ୟାମେରା

Google Pixel 4a ଫୋନ୍‌ରେ ୧୨.୨ ମେଗାପିକ୍ସେଲ୍‌ ରିୟର କ୍ୟାମେରା ଦିଆଯାଇଛି। ଏଥିରେ 4K ଭିଡିଓ ରିକର୍ଡିଂ ସପୋର୍ଟ ରହିଛି। ସେହିଭଳି ୮ ମେଗାପିକ୍ସେଲ୍‌ର ପଞ୍ଚ ହୋଲ୍‌ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ସବୁଠାରୁ ବଡ଼ କଥା ହେଲା ଗୁଗଲର ଏହି ଫୋନ୍‌ରେ ହ୍ୟାଡ୍‌ଫୋନ୍ ଜ୍ୟାକ ଦେଖିବାକୁ ମିଳିପାରେ। ତା ସହିତ ରିୟର ଫେସିଂ ଫିଙ୍ଗର ପ୍ରିଣ୍ଟ ସୁବିଧା ବି ମିଳିପାରେ।

Advertisment

ମୂଲ୍ୟ

Google Pixel 4aର ମୂଲ୍ୟ ପାଖାପାଖି ୩୪୯ ଆମେରିକୀୟ ଡଲାର ରହିପାରେ। ଯାହାର ଭାରତୀୟ ମୂଲ୍ୟ ୨୬ ହଜାର ପାଖାପାଖି ରହିବ। ତେବେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଟେକ୍ସ ଅନୁସାରେ ଫୋନ୍‌ର ମୂଲ୍ୟ ନିର୍ଦ୍ଧାରଣ ହୋଇପାରେ। ସେହି ଅନୁସାରେ ଆମେରିକୀୟ ମୂଲ୍ୟ ସହିତ ଭାରତର ଟ୍ୟାକ୍ସ ମିଶାଇ Google Pixel 4aର ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରେ।

El lanzamiento del Pixel 4a se retrasaría tanto que Google podría ...

ପ୍ରଥମେ ଏହି ଦେଶରେ ଲଞ୍ଚ ହେବ

ତେବେ ପ୍ରାଥମିକ ପର୍ଯ୍ୟାୟରେ Google Pixel 4a ଫୋନ୍‌ଟି ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ଜର୍ମାନୀ ଏବଂ କାନାଡ଼ାରେ ଲଞ୍ଚ ହେବ। କିନ୍ତୁ ଖୁବ୍‌ଶୀଘ୍ର ଭାରତୀୟ ବଜାରରେ ମଧ୍ୟ ଏହି ସ୍ମାର୍ଟଫୋନ୍ ଆସିପାରେ। ତଳିତ ମାସ ଶେଷ ବେଳକୁ କିମ୍ବା ସେପ୍ଟେମ୍ବରରେ ଫୋନ୍‌ଟି ଭାରତକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଗୁଗଲ ପ୍ରିମିୟମ ଲେବଲ ଫୋନ୍‌ Pixel 5a ଓ Pixel 5 ମଧ୍ୟ ଖୁବ୍‌ଶୀଘ୍ର ଲଞ୍ଚ ହେବାକୁ ଯାଉଛି।

ସୂଚନା ଥାଉକି, ଗୁଗଲ କମ୍ପାନୀ ଏହି ଫୋନ୍‌ରେ ପିକ୍ସେଲ୍‌ ବ୍ରାଣ୍ଡିଂ ହଟାଇବାକୁ ଚାହୁଁଛି। ଗୁଗଲ ଏହି ଫୋନ୍‌କୁ କେଉଁ ନାଁରେ ଲଞ୍ଚ କରିବ, କେଉଁ ସବୁ ସୁବିଧା ଦିଆଯିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯଇ ନାହିଁ। ଫୋନ୍ ବିଷୟରେ ସବୁକିଛି ଜାଣିବାକୁ ହେଲେ ଆସନ୍ତାକାଲିକୁ ଅପେକ୍ଷା କରିବାକୁ ପଡ଼ିବ। ତେବେ ଉପରୋକ୍ତ ସମସ୍ତ ସୂଚନା ବିଭିନ୍ନ ଟେକ୍‌ ଏକ୍ସପର୍ଟଙ୍କ ଲିକ୍‌ ଅନୁସାରେ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ