Advertisment

ନବୀନ କ୍ଲାନ୍ତ ; ଓଡ଼ିଶାରେ ପରିବର୍ତ୍ତନ ଆଣିବ ବିଜେପି : ଅମିତ ଶାହା

ଭବାନୀପାଟଣା : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଭାଷଣରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ-“କଳାହାଣ୍ଡିରେ ଆଜି ତାପମାତ୍ର ୪୫ ଡିଗ୍ରୀ ରହିଥିଲା। ଏହା ସତ୍ତ୍ୱେ ବିଜେପି ସମାବେଶକୁ ଦୂରଦୂରାନ୍ତରୁ ଲୋକେ ଆସିଛନ୍ତି। ଏଥିରୁ ବୁଝାପଡ଼ୁଛି ଆଗାମୀ ଦିନରେ ବିଜେପି ସରକାର ଗଢ଼ିବ।” ସେ କହିଥିଲେ-“ବର୍ତ୍ତମାନ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ରଥ ଦୌଡ଼ୁଛି। ଏହି […]

author-image
Otv Khabar Bureau
ନବୀନ କ୍ଲାନ୍ତ ; ଓଡ଼ିଶାରେ ପରିବର୍ତ୍ତନ ଆଣିବ ବିଜେପି : ଅମିତ ଶାହା

bjp--

ଭବାନୀପାଟଣା : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଭାଷଣରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ-“କଳାହାଣ୍ଡିରେ ଆଜି ତାପମାତ୍ର ୪୫ ଡିଗ୍ରୀ ରହିଥିଲା। ଏହା ସତ୍ତ୍ୱେ ବିଜେପି ସମାବେଶକୁ ଦୂରଦୂରାନ୍ତରୁ ଲୋକେ ଆସିଛନ୍ତି। ଏଥିରୁ ବୁଝାପଡ଼ୁଛି ଆଗାମୀ ଦିନରେ ବିଜେପି ସରକାର ଗଢ଼ିବ।”

Advertisment

ସେ କହିଥିଲେ-“ବର୍ତ୍ତମାନ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ରଥ ଦୌଡ଼ୁଛି। ଏହି ରଥ ଗାଁରେ ଗାଁରେ ପହଞ୍ଚିଲାଣି। ହେଲେ ଓଡ଼ିଶାରେ ବିକାଶ ରଥ ମନ୍ଥର। ଦୀର୍ଘ ୧୮ ବର୍ଷ ନବୀନ ପଟ୍ଟନାୟକ ଶାସନ ଗାଦିରେ ବସିଥିଲେ ମଧ୍ୟ ୩୬ ପ୍ରତିଶତ ଘରେ ବିଜୁଳି ପହଞ୍ଚି ପାରିନି।୨୦୨୧ ପୂର୍ବରୁ ଏହି ଅଭାବ ପୂରଣ କରାଯିବ। ‘ସୌଭାଗ୍ୟ’ ଯୋଜନା ପରେ ପ୍ରତି ଗରିବ ଓ ଆଦିବାସୀଙ୍କ ଘରେ ବିଜୁଳି ପହଞ୍ଚିବ। ସେହିପରି ଆଜି ବି ରାଜ୍ୟର ୫୦ ଲକ୍ଷ ଲୋକ ମାଟି ଘରେ ରହୁଛନ୍ତି। ୨୦୨୨ ପୂର୍ବରୁ ରାଜ୍ୟର ପ୍ରତି ପରିବାରକୁ ପକ୍କା ଘର ଓ ପାନୀୟ ଜଳ ଯୋଗାଇ ଦିଆଯିବ।”

ସେ କହିଛନ୍ତି-“ରାଜ୍ୟର ୧୨,୦୦୦ ଗାଁକୁ ରାସ୍ତା ନାହିଁ। ଏପରିକି ମୁଖ୍ୟ ରାସ୍ତକୁ ସଂଯୋଗ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଓ ଗ୍ରାମ ସଡ଼କ ଯୋଜନାର ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି ରାଜ୍ୟ ସରକାର। ଶିକ୍ଷା କଥା ନକହିବା ଭଲ। ରାଜ୍ୟରେ ୭% ସ୍କୁଲରେ ୧ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ଚାଲିଛି। ୬୬%  ସ୍କୁଲରେ ଶିକ୍ଷକ ଅଭାବ ରହିଛି। ଏଥିରୁ ଜଣାପଡ଼ୁଛି ପିଲାମାନେ କେମିତି ପାଠ ପଢ଼ୁଛନ୍ତି। ଓଡ଼ିଶାରେ ମହାପ୍ରଭୁ ଜଗନ୍ନାଥଙ୍କ  ଆଶୀର୍ବାଦ ରହିଛି। ଏହା ସତ୍ତ୍ୱେ ରାଜ୍ୟରେ ୩୩%  ଜଳସେଚନ ବ୍ୟବସ୍ଥା ହୋଇପାରିଛି। ଏପରି ଅବ୍ୟବସ୍ଥା ଆଉ କେଉଁ ରାଜ୍ୟରେ ଦେଖିବାକୁ ମିଳିବନାହିଁ। ତେଣୁ ଏହି ସରକାର ବଦଳିବାର ସମୟ ଆସିଛି।”

Advertisment

ରାଜ୍ୟର ବିକାଶ ପାଇଁ ଦେଇଥିଲେ ପ୍ରତିଶ୍ରୁତି। ବିଜେପି ସରକାର ଆସିଲେ ପ୍ରତି ଘରକୁ ୨୪ ଘଣ୍ଟା ବିଜୁଳି ଯୋଗାଇ ଦିଆଯିବ। ପ୍ରତି ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଭାରତର ପ୍ରଧାନମନ୍ତ୍ରୀ ୧୪ ଫାଇନାନ୍ସ କମିଶନରେ ୨ ଲକ୍ଷ ୧୫୧୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ରଖିଛନ୍ତି। ଏହାଛଡ଼ା ରେଲୱେ ପାଇଁ ୨୦,୦୦୦ କୋଟି, ଜଳ ମାର୍ଗ ପାଇଁ ୨୦୦ କୋଟି, ଗ୍ରାମ ଜ୍ୟୋତି ଯୋଜନା ପାଇଁ ୧୭,୦୦ କୋଟି, ଇଣ୍ଟିଗ୍ରେଟେଡ୍‌ ପାୱାର ଡେଭଲପ୍‌ମେଣ୍ଟ ପାଇଁ ୧୦୦୦ କୋଟି, ଡିଏମ୍‌ଏଫ ପାଇଁ  ୨୧୦୦ କୋଟି, ୫ ନୂଆ ମେଡ଼ିକାଲ ପାଇଁ ୬୦୦ କୋଟି, ୪ଟି ପୂରାଣ ମେଡ଼ିକାଲକୁ ଅବ୍‌ଗ୍ରେଡେସନ୍ ପାଇଁ ୪୫୩ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୫୩୨ କୋଟି, ସ୍ମାର୍ଟ ସିଟି ପାଇଁ ୩୮୦ କୋଟି, ସ୍ୱଚ୍ଛ ଭାରତ ପାଇଁ ୧୮୦ କୋଟି ପ୍ରମୁଖ ତାଲିକା ଦେଇଥିଲେ।

Bhawanipatna Saffron Party BJP Odisha
Advertisment
Advertisment