/odishatv-khabar/media/post_attachments/uploadimage/library/16_9/16_9_0/sushant-1-1_1626161950.jpg)
sushant 1
ମୁମ୍ବାଇ: ଏମିତି ଲାଗୁଛି ସତେ ଯେମିତି, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ସାରା ଦେଶ ପୁରା ନୀରବି ଯାଇଛି। ହଠାତ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଖୁବ କମ ଦିନ ଭିତରେ ଅଭିନୟ ଯାଦୁରେ ସେ ଦର୍ଶକଙ୍କ ମନ ଜିତି ପାରିଥିଲେ।
ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ଶୁଣିବାକୁ ମିଳୁଛି ଯେ, କିଛି ମାସ ହେବ ସେ ବହୁତ ଡିପ୍ରେସନରେ ଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି। ତାଙ୍କ ମୁହଁରେ ସବୁବେଳେ ହସ ଦେଖିବାକୁ ମିଳୁଥିଲା। ତେଣୁ କେହି କେବେବି ଭାବି ନ ଥିଲେ ତାଙ୍କର ଏହି ହସ ପଛରେ ବହୁତ ବଡ଼ ଦୁଃଖ ଲୁଚି ରହିଛି।
ଟିଭି ସିରିୟଲରୁ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିବା ସୁଶାନ୍ତ ଖୁବ ଅଳ୍ପ ଦିନ ଭିତରେ ବଲିଉଡ ଇଣ୍ଡଷ୍ଟ୍ରିରେ ନାଁ କମାଇଥିଲେ। ହେଲେ କିଛିଟା ସ୍ୱପ୍ନ ତାଙ୍କର ପୂରଣ ହୋଇପାରିନଥିଲା, ଯାହା ସବୁଦିନ ପାଇଁ ଅଧୁରା ରହିଗଲା। ସେ ତାଙ୍କ ସ୍ୱପ୍ନର ପୁରା ଲିଷ୍ଟ ସୋସିଆଲ ମିଡିଆରେ ଶେଆର କରିଥିଲେ।
୨୦୧୯, ସେପ୍ଟେମ୍ବର ୧4ରେ ସେ ଏହି ଲିଷ୍ଟ ଟ୍ୱିଟରରେ ଶେଆର କରିଥିଲେ। ଏକ ପେପରରେ ସେ ଏହି ସବୁ ଲିଷ୍ଟ ଲେଖି ଏହାର ଏକ ଫଟୋ ଶେଆର କରିବା ସହ କ୍ୟାପସନରେ ଲେଖିଥିଲେ-'My 50 DREAMS & counting…!
- ସ୍ୱପ୍ନ ତାଲିକାର ପ୍ରଥମରେ ଥିଲା ପ୍ଲେନ ଉଡାଇବା ଶିଖିବା
- IronMan triathlon ପାଇଁ ପ୍ରସ୍ତୁତ ହେବାପାଇଁ ସୁଶାନ୍ତଙ୍କ ସ୍ୱପ୍ନ ଥିଲା
- ତୃତୀୟ ସ୍ୱପ୍ନ ଥିଲା-ବାମ ହାତରେ କ୍ରିକେଟ ମ୍ୟାଚ ଖେଳିବା
- Morse Code ଶିଖିବା ତାଙ୍କର ଚତୁର୍ଥ ସ୍ୱପ୍ନ ଥିଲା
- ମହାକାଶ ସମ୍ପର୍କରେ ଜାଣିବା ସହ ଛୋଟ ଛୁଆଙ୍କୁ ସାହାଯ୍ୟ କରିବା ମଧ୍ୟ ତାଙ୍କର ଆଉ ଏକ ସ୍ୱପ୍ନ ଥିଲା
- ଜଣେ ଚାମ୍ପିଅନଙ୍କ ସହ ଟେନିସ ଖେଳିବା ମଧ୍ୟ ତାଙ୍କର ସ୍ୱପ୍ନ ଥିଲା
- Four Clap Push-Up କରିବା ତାଙ୍କର ଆଉ ଏକ ସ୍ୱପ୍ନ ଥିଲା
My 50 DREAMS & counting...! ?
————————
1. Learn how to Fly a Plane ✈️ 2. Train for IronMan triathlon ??♂️
3. Play a Cricket Match left-handed ?
4. Learn Morse Code _.. 5. Help kids learn about Space. ?
6. Play tennis with a Champion ?
7. Do a Four Clap ? Push-Up ! (1/6) ... pic.twitter.com/8HDqlTNmb6— Sushant Singh Rajput (@itsSSR) September 14, 2019
ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କ ଏକ୍ସ-ମ୍ୟାନେଜର ଦିଶା ସାଲିଆନ ତାଙ୍କର ୧୪ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)